ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ ଙ୍କ ସେବା ନିବୃତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଧର୍ମଗଡ:୪/୧/୨୩: ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ ଅବସର ଗ୍ରହଣ କରିଛନ୍ତି । ଏହି ପରିପକ୍ଷୀ ରେ ବିଦ୍ୟାଳୟ ପରିସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଧନା ସଭା ରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଦସ୍ୟ ତଥା ସରକାରୀ ଓକିଲ ରାଜେନ୍ଦ୍ର ମୁନି,ସାମ୍ୱାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସିନ ଥିଲେ । ଶ୍ରୀ ମୁଣ୍ଡ ତାଙ୍କ ଦୀର୍ଘ ୪୦ବର୍ଷ କାଳ ଶିକ୍ଷକତା ମଧ୍ୟ ରେ ଜଣେ କର୍ତ୍ତବ୍ୟ ନିଷ୍ଠ ତଥା ଛାତ୍ର ବତ୍ସଳ ଶିକ୍ଷକ, ବଳିଷ୍ଠ ସ୍କୁଲ ପ୍ରଶାସକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ଏହି ଅବସର ରେ ତାଙ୍କର ଅବସର ଜୀବନ ର ମଙ୍ଗଳ କାମନା କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ରାଧାମୋହନ ଦାସ, ପ୍ରଦ୍ୟୁମ୍ନ କୁମାର ଦାସ, ଲୋକନାଥ ସାହୁ, ଚନ୍ଦ୍ର ଭାନୁ ପାତ୍ର,ଏବିଇଓ ସାରଙ୍ଗ ମୁଣ୍ଡ, ଶିକ୍ଷକ ବଙ୍କିମ ସାଗର, ରମେଶ ଚନ୍ଦ୍ର ନାୟକ, ବାଞ୍ଛା ନିଧି ପଣ୍ଡା ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶ୍ରୀ ମୁଣ୍ଡ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅନିତା ନାଏକ ପରିଚାଳନା କରିଥିଲା ବେଳେ ସନ୍ତୋଷ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଜଗତ ଗୁରୁ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା ଓ ସତସଙ୍ଗ

masiha

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!