ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଦଂଶନ ରେ ୩ ଆହାତ ?

ତେନ୍ତୁଳିଖୁଣ୍ଟି ୦୪/୦୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ର ସଦର ଗ୍ରାମ ର ସୁଶୀଲ ଵାଘ(୩୫) ଓ ତାଙ୍କ ସ୍ତ୍ରୀ ଦିନମଣି ଵାଘ, କଣ୍ଟାଗାଁ ଏସ ବି ଆଈ ବ୍ୟାଙ୍କ୍ ଙ୍କୁ ଟଙ୍କା ଉଠାଇବାକୁ ବାଇକ୍ ଯୋଗେ ଯାଉଥିଲେ। ଅନ୍ୟ ଜଣେ ଜୟରାମ ପୂଜାରୀ କଣ୍ଟାଗାଁ ଧାନ ମଣ୍ଡି ରେ ଧାନ ବିକ୍ରୟ କରିବାକୁ ଯାଉଥିଲେ।ଯିବା ରାସ୍ତା ରେ ଡେଙ୍ଗପଦର ଗ୍ରାମ ର ଶ୍ମଶାନ ପାର୍ଶ୍ଵରେ ହଠାତ୍ ମହୁ ମାଛି ହାବୁଡରେ ପଡ଼ି ଦଂଶନ ର ଶିକାର ହୋଇଥିଲେ। ହରିଜନ ସାହିର ବଳରାମ ସୁନା ନିଜ ଘରେ ବ୍ୟବହାର କରୁଥିବା କମ୍ୱଲ ଦେବାରୁ କିଛି ମାତ୍ରା ରେ ତ୍ରାହି ମିଳିଥିଲା ,ସେ ନିଜ କମ୍ୱଳ ଦେଇ ଜୀବନ ବଞ୍ଚାଇ ଥିଲେ।କିଛି ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି କଣ୍ଟାଗାଁ ସରକାରୀ ଆୟର୍ବେଦିକ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ସେ ଠାରେ ଡକ୍ଟର ପ୍ରାଥମିକ ଚିକିତ୍ସା ପରେ ଗ୍ରାମ କୁ ଫେରି ଯାଇଥିବା ସୂଚନା ମିଳିଛି।ଅଧିକ ଚିକିତ୍ସା ପାଇଁ ଆସନ୍ତା କାଲି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ନିଆଯିବ ବୋଲି ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ସୂଚନା ମିଳିଛି।ସୂଚନା ତାଉ କି ଗତ କିଛି ଦିନ ମଧ୍ୟରେ ପାପଡ଼ାହାଣ୍ଡି ବ୍ଲକ୍ ମଇଦଲପୁର ଅଞ୍ଚଳ ରେ ମଧ୍ୟ ମହୁମାଛି ଦଂଶନ ରେ ଆକ୍ରାନ୍ତ ହୋଇଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

masiha

ଐତିହାସିକ ପୀଠ ପୋଡ଼ାଗଡ ଠାରେ ଧୁମଧାମରେ ପାଳିତ ହେଉଛି ନବରାତ୍ରି 

masiha

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ

masiha

Leave a Comment

error: Content is protected !!