ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୋତ୍ସବ କମିଟି ଓ ସାମ୍ୱାଦିକ ଙ୍କ ବୈଠକ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ମହୋତ୍ସବ ୨୦୨୩ ପ୍ରସ୍ତୁତି ନେଇ ନୂଆପଡା ଜିଲ୍ଲା ସାମ୍ବାଦିକଙ୍କୁ ନେଇ ପ୍ରସ୍ତୁତି ବୈଠକ । ବୈଠକରେ ଖଡ଼ିଆଳ ମହୋତ୍ସବ ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ମହୋତ୍ସବ ଜାନୁୟାରୀ ୧୫ ତାରିଖରୁ ୧୯ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମହୋତ୍ସବରେ ଜନସାଧାରଣ କିପରି ସୁବିଧା ସୁଯୋଗ ପାଇ ପାରିବେ ସେନେଇ ଵିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏଥିରେ ଗଣମାଧ୍ୟମ ସଂଯୋଜକ ଭାବରେ ରୁଦ୍ରରାଜ ବାଗ ଓ ବିମଲ ସିଂ ଦଳପତିଙ୍କୁ ସର୍ବ ସଂମ୍ମତି କ୍ରମେ ଚୟନ କରିଥିଲେ । ମହୋତ୍ସବ ବହୁତ ଭିଡ ହେଉଥିବା ବେଳେ ଷ୍ଟାର ନାଇଟରେ ହିନ୍ଦୀ ଚଳଚିତ୍ରର ଗାୟକ ଉଦିତ ନାରାୟଣ ଆସୁଥିବା ଯୋଗୁ ବହୁତ ଦର୍ଶକଙ୍କ ସମାଗମ ହେବ କିପରି ଶାନ୍ତି ଶୃଙ୍ଖଳା ରକ୍ଷା ହେବ ସେନେଇ କଣ ନିଷ୍ପତ୍ତି ନିଆଜୀବ ଆଲୋଚନା ହୋଇଥିଲା ।ଏହି ସମ୍ମିଳନୀରେ କୁନୁ କରୁଆ, ତପନ ରଞ୍ଜନ ଦାସ, ଆଦିତ୍ୟ ମହାଉତି, ସୁଜିତ କୁମାର  ପ୍ରଧାନ, ସନ୍ତୋଷ ଦଣ୍ଡସେନା, ଯୋଗେଶ୍ୱର ସଗରିଆ, ରବିକାନ୍ତ ଠେଲା, କୁମରମଣୀ ମହାନନ୍ଦ, କୁନାଲ ବେହେରା, ହେମନ୍ତ ବେହେରା, ଦେବାନନ୍ଦ ତାଣ୍ଡି, ସାମ୍ବ ସରାଫ, ବାପୀନା ସାହୁ, ଓଁ ପ୍ରକାଶ ଅଗ୍ରୱାଲ, ଯୁଗଲ ମହାନନ୍ଦ, ଯୁଗଲ ଚଳାନ, ପଙ୍କଜିନି କନ୍ଦପାଣି ଯୋଗ ଦେଇଥିବା ବେଳେ ମହୋତ୍ସବ କମିଟି ସମ୍ପାଦକ ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ ଗୋଟିଏ ଦିନରେ ୨୯୫ ଜଣ ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ 

Sunil Chandra Nayak

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ରାଉରକେଲା ଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ,ମୋଟ ୩୬ଟି ଅଭିଯୋଗର ହେଲା ଶୁଣାଣି

Sunil Chandra Nayak

Leave a Comment

error: Content is protected !!