ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁସୂଦନ ଦାସ ଓଡ଼ିଆ ସମାଜ ତଥା ଓଡ଼ିଶାର ଗର୍ବ ଓ ଗୌରବ

ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ସ୍ଵାଭିମାନ ଦିବସ ପାଳନ ଅବସରରେ ଅତିଥିଙ୍କ ମତପ୍ରକାଶ  

ରୁପ୍ରା, ୨୮/୪ (ମ ନି ସ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ଉତ୍କଳ ଗୌରବ ତଥା ଓଡ଼ିଆ ଜାତିର ଜନକ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ‘ସମ୍ୱାଦ ଆମ – ଓଡିଶା’ ପକ୍ଷରୁ ଓ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସହଯୋଗ କ୍ରମେ ସ୍ଵାଭିମାନ ଦିବସ ଭାବରେ ଆଜି ମହାସମାରୋହରେ ପାଳିତ କରାଯାଇଛି । ଏହି ଅବସରରେ ସମ୍ୱାଦ ପ୍ରତିନିଧି ଶ୍ରୀ ଅଜୟ କୁମାର ସେନାପତିଙ୍କ ନେତୃତ୍ୱ ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଵାଭିମାନ ଦିବସ ପାଳନ ହୋଇଥିଲା। ପ୍ରାରମ୍ଭରେ ଅତିଥି ଗଣ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ଧୁପପୁଷ୍ପ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ଶ୍ରୀଯୁକ୍ତ ବିଜୟ କୁମାର ସେନାପତି, ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଶ୍ରୀମତୀ ଡଲି ବେହେରା, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁ, ସମ୍ପାଦକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ଭୋଇ, ଉକ୍ତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ନନ୍ଦ, ଶ୍ରୀ ରାଧାକାନ୍ତ ସେନାପତି ଓ ଶ୍ରୀ ସୀତାରାମ ପଟ୍ଟନାୟକ, ପୂରାତନ ଛାତ୍ର ତଥା ସମାଜସେବୀ ଶ୍ରୀ ରାଜୀବ ସାହୁ, ପୁରାତନ ଛାତ୍ର ତଥା ବିଜେପି ର ବରିଷ୍ଠ ସଦସ୍ୟ ଶ୍ରୀ ପଦ୍ମଲୋଚନ ସେନାପତି ଓ ପୁରାତନ ଛାତ୍ର ଶ୍ରୀ ନରୋତ୍ତମ ନାଗ ପ୍ରମୂଖ ଉପସ୍ଥିତ ଥିଲେ।

ଅତିଥି ଗଣ ନିଜ ବକ୍ତବ୍ୟରେ କହିଲେ ମଧୁସୂଦନ ଦାସ ଥିଲେ ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଏମ୍. ଏ, ପ୍ରଥମ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ୍. ଏଲ୍. ବି, ପ୍ରଥମ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ଭାଇସରାଏଙ୍କ ପରିଷଦର ପ୍ରଥମ ସଦସ୍ୟ। ଓଡ଼ିଶାର ବିଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ ମଧୁସୂଦନ ଦାସ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କ ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା। ସେଥିପାଇଁ ମଧୁସୂଦନ ଦାସ ଓଡ଼ିଆ ସମାଜ ତଥା ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତପ୍ରକାଶ କରିଥିଲେ। ଶେଷରେ ଜୁନାଗଡ଼ ବ୍ଲକର ଅବସରପ୍ରାପ୍ତ ବିଇଓ ଶ୍ରୀଯୁକ୍ତ ବିଜୟ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଧରାକୋଟ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

48 Adivasi Students Felicitated for Academic Excellence in Sundargarh

masiha

Leave a Comment

error: Content is protected !!