ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲି ମାଫିଆଙ୍କ ମୁଣ୍ଡ ବ୍ୟଥାର କାରଣ ବାଲିଆପାଳ ତହସିଲଦାର

ବାଲିଆପାଳ ,ଲଙ୍ଗଳେଶ୍ଵର4/1/23( ମନୀଷ) ଦୀନ ରାତି 24 ଘଣ୍ଟା ଅହରହ ବେଧଡ଼କ ବେନିୟମ ଭାବରେ ସୁବର୍ଣ୍ଣରେଖା ନଦୀ ଗର୍ଭରୁ ଡ଼ଙ୍ଗା ସାହାଯ୍ୟରେ ବାଲି ଉଠା ହେଉଥିବାର ଅଭିଯୋଗ ହେବାପରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଅଚାନକ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ରସଲପୁର ଓ ନୟାବାଲି ଗ୍ରାମ ନଦୀ କଡରେ ଥିବା ଉଠା ବାଲିକୁ ସିଜ କରାଇ ନିଲାମୀ କରାଯାଇଥିବା ଦେଖିବାକୁ ମିଳିଛି l ବାଲି ଓ ମାଟି ମାଫିଆ ମାନଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି l ବାଲି ମାଫିଆ ମାନେ ନଦୀ ଗର୍ଭରୁ ଡ଼ଙ୍ଗା ସାହାଯ୍ୟରେ ବାଲିକୁ ଉଠାଇ ନଦୀ ବନ୍ଧରେ ଠୁଳ କରି ରଖୁଛନ୍ତି ପରେ ଟ୍ରାକ୍ଟର ଦ୍ୱାରା ବାଲିକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି l ଗ୍ରାମବାସୀ ମାନଙ୍କ ଅଭିଯୋଗ କ୍ରମେ ତହସିଲଦାର ସରକାରଙ୍କ ରାଜସ୍ୱ ବାବଦରେ 20 ହଜାର ଟଙ୍କା ଆଦାୟ କରିଛନ୍ତି l ତହସିଲଦାର ଦୀପକ କୁମାର ଦାସ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ସବୁ ସ୍ଥାନରେ ନଦୀରୁ ବାଲି ଉଠା ହେଉଥିବା ଡ଼ଙ୍ଗାକୁ ସିଜ କରିବା ସହିତ ଯେଉଁ ବ୍ୟକ୍ତି ବାଲି ଉଠାଇବାରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ବିହିତ ପଦକ୍ଷେପ ନିଆଯିବ ଓ ଆବଶ୍ୟକ ହେଲେ ସେହି ସବୁ ସ୍ଥାନରେ 144 ଧାରା ଲଗାଯିବ l ତହସିଲଦାର ଙ୍କ ଏହି ପଦକ୍ଷେପ କୁ ବାଲିଆପାଳ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତଯୋଗୀତା

masiha

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

Leave a Comment

error: Content is protected !!