ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଡାଲଗୁମା ଠାରେ ଲଟିଆ ମାଝୀ ସ୍ମାରକୀ  ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଡାଲଗୁମା :୦୪/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଡାଲଗୁମା ବଡଭଟ୍ଟା ଖେଳ ପଡିଆ ଠାରେ ଲଙ୍କେଶ୍ବରୀ କ୍ଳକ ତରଫରୁ ଲଟିଆ ମାଝୀ  ସ୍ମାରକୀ ସପ୍ତ ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ୍ ଖେଳ ବଗାଡ ବନାମ ଝାରକୁଣ୍ତାମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଗାଡ ୧.୦ ଗୋଲରେ ପରାସ୍ତ ହୋଇଥିଲା। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବିଜେପି ଉପସଭାପତି ଲକ୍ଷ୍ମୀକାନ୍ତ ବାଗ ମୁଖ୍ଯବକ୍ତା ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର କୁମାର ଧରୁଆ, ସ୍ଥାନୀୟ ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ସମିତି ସଭ୍ଯ ଚିନ୍ତାମଣୀ ଚଣ୍ତୀ, ସମ୍ମାନିତ ଅତିଥି ଭାବରେ ଯୋଇଦେଇ ଥିଲେ। ଲଙ୍କେଶ୍ବରୀ କ୍ଳକ ସଭାପତି ପ୍ରଫୁଲ୍ଲ ଚଣ୍ତୀ, ସମ୍ପାଦକ ପବିତ୍ର ନାଗ, ଅନୁଷ୍ଠାନର ଚିର୍ମାନ ଖର୍ସେଲ, ପୀତବାସ ପଟ୍ଟନାୟକ, ଦିବ୍ଯ ପଟ୍ଟନାୟକ, ଅମୋଜ ଧରୁଆ, ନମିସ ପଟ୍ଟନାୟକ, ଚକ୍ରଧର ପୋଡ ସହ ଫକୀର ଶଗଡିଆ ଧାରା ବିବରଣୀ ପ୍ରଦାନ କରିଥିଲେ। ଲାଇନ ମେନ ଭାବେ ଚିତ୍ତରଞ୍ଜନ ଠାକୁର, ଲବଣ ଶବର ଓ ରେଫରି ଥିବାବେଳେ ଶଙ୍କର ପୋଡ ଖେଳକୁ ପରିଚାଳନା କରିଥିଲେ।

ମହେନ୍ଦ୍ର ଧରୂଆ ଙ୍କ ରିପୋର୍ଟ 

Related posts

ଉତ୍କଳ ଆଲୁମିନା ଦ୍ଵାରା ସହଭାଗୀ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

masiha

ଦେଉଳି ମିନି ଷ୍ଟାଡିୟମରେ “ବିକ୍ରମ ଓ ମିନତୀ ମେମୋରିଆଲ” ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

masiha

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

Leave a Comment

error: Content is protected !!