ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲା ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତା ୪/୧/୨୦୨୩ ରିଖ ବୁଧବାର ଦିନ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଙ୍କର ଅଧ୍ୟକ୍ଷତାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ନିମନ୍ତେ ଆତ୍ମ ରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କିରାପ ପ୍ରଧାନ, ପୂର୍ବତନ ବ୍ୟାଙ୍କ ପରିଚାଳକ ଅନିରୁଦ୍ଧ ପ୍ରଧାନ, ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୋ ବିଦ୍ୟାଳୟ ର ସଭାପତି ବିଷ୍ଣୁ ଦିଗାଲ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ଓ ମୁଖ୍ୟ ବକ୍ତା ଛାତ୍ରୀ ମାନେ ତାଲିମ ପାଇ କିପରି ନିଜେ ସୁରକ୍ଷିତ ରହିପାରିବେ ସେହି ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ। ମାଧ୍ୟମିକ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ୧୧୭ ଛାତ୍ରୀ ଙ୍କୁ ତାଲିମ ଦିଆଯିବ ବୋଲି ତାଲିମ କାର୍ଯ୍ୟକ୍ରମ କୋଡ଼ିନେଟର ଶିବରାମ ବେହେରା କହିଥିବା ବେଳେ ମାଷ୍ଟର ଟ୍ରେନେର ଟିକିନା ଭୋଇ ସମସ୍ତ ଛାତ୍ରୀ ମାନଙ୍କୁ କେତେକ ଆତ୍ମ ରକ୍ଷା କୌଶଳ ଶିକ୍ଷା ଦେଇଥିଲେ।ଏହି ତାଲିମ ର ଗୁରୁତ୍ୱ ବିଷୟ ରେ ଅତିଥି ମାନେ ନିଜସ୍ୱ ମତ ରଖିଥିଲେ। ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରିନାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ତାଲିମ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର 

masiha

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କନ୍ଦାଗଡ ପଥର ଶିଳ୍ପୀଙ୍କୁ ମିଳିଲା ଭତ୍ତା

Sunil Chandra Nayak

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

Leave a Comment

error: Content is protected !!