ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଲିପା ଗ୍ରାମ ପଞ୍ଚାୟତ ରେ କଳାହାଣ୍ଡି ଉତ୍ସବ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ 

ଧର୍ମଗଡ:୬/୧/୨୩: // ଧର୍ମଗଡ ବ୍ଲକ ଛିଲିପା ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ହାଇସ୍କୁଲ ପଡିଆ ଠାରେ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ର ସଂସ୍କୃତି ଓ ପରମ୍ପରା ହେଉଛି ଭାଇ ଚାରା ର ପରମ୍ପରା ଏହାକୁ ବଜାୟ ରଖିବା ସହ ଆମ ଜିଲ୍ଲା, ଆମ ବ୍ଲକ ଏବଂ ସର୍ବୋପରି ଆମ ପଞ୍ଚାୟତ କିପରି ସବୁ କ୍ଷେତ୍ର ରେ ଶ୍ରେଷ୍ଠ ହେବ ସେଥି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ମୂଖ୍ୟ ବକ୍ତା ଭାବେ ଆଇନ ଯିବି ରାଜେନ୍ଦ୍ର ମୁନି, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଭାଜପା ଜିଲ୍ଳା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଗଉନ୍ତିଆ ଅଜିତ ପଟ୍ଟଯୋଷୀ, ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୁର୍ଗା, ସମିତି ସଭ୍ୟ ଜାଇତ ରାମ ବାଗ, ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ଲିଲି ସାଗର, ପ୍ରଧାନ ଶିକ୍ଷକ ମଥୁରାମ ସା, ବଡଫୁର୍ଲା ସମିତି ସଭ୍ୟ ସରୋଜ ଶବର, ସମାଜ ସେବୀ ଘନ ଶ୍ୟାମ ଅଗ୍ରୱାଲ, ଅପରେଶ ସ୍ୱାଇଁ ଓ ହିମାଂଶୁ ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ । କାର୍ଯ୍ୟକ୍ରମ କୁ ଶରତ ପଟେଲ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା ବେଳେ ଦର୍ଶକ ଝୁମି ଉଠିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କାଠମାଣ୍ଡୁଠାରେ ଓଡ଼ିଆ ସାହିତ୍ୟ ସମାବେଶ ଅନୁଷ୍ଟିତ , କଳାହାଣ୍ଡିରୁ ଚାରିଜଣ ସମ୍ବର୍ଦ୍ଧିତ

Sunil Chandra Nayak

ସରପଞ୍ଚ ହେଵତ ଏମିତି ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସବୁବେଳେ ସେବାରେ ଆଗେ 

masiha

लायंस इंटरनेशनल डिस्ट्रिक्ट 322C2 द्वारा आयोजित शतरंज प्रतियोगिता का सफल आयोजन 

Sunil Chandra Nayak

Leave a Comment

error: Content is protected !!