ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

ଟେମରୀ( ମନିସ): ୦୫/୦୧:-ଧର୍ମଗଡ ଉପଖଣ୍ଡରୁ ୧୨ କିଲୋ ମିଟର ଦୂର ଉତ୍ତର ଦିଗରେ ଅବସ୍ଥିତ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ କ୍ଷୁଦ୍ର ପଲ୍ଲୀ । ସେହି ଗାଁର ନାଁ କୁମ୍ଭାରୀ l ଏହି ଗ୍ରାମର ଶେଷ ମୁଣ୍ଡରେ ଅଲେଖ ମହିମା ଶୂନ୍ୟ ମନ୍ଦିର ଓ ଧ୍ଵନୀ ମନ୍ଦିର ରହିଛି । ଅବଧୂତ ସ୍ଵାମୀ ରତ୍ନ ମୁଦି ଙ୍କ ଆଦେଶ ଅନୁଯାୟୀ ଅବଧୂତ ସ୍ଵାମୀ କୁଞ୍ଜମଣି ବାବା ତେଲ ନଦୀ କୂଳେ ଘନ ବନଭୂମିରେ ଆସି ଗ୍ରାମବାସୀ ସହଯୋଗରେ ଏକ ମଠ ସ୍ଥାପନ କଲେ ଓ ପ୍ରତିଷ୍ଠା ଦିବସ ଭାବରେ ୧୯୭୨ ମସିହାରେ ପୌଷ ଚତୁର୍ଦ୍ଦଶୀ ଓ ପୌଷ ପୂର୍ଣ୍ଣିମା ବିଶ୍ଵ ଶାନ୍ତି ମହିମା ଯଜ୍ଞ ପାଳନ କରାଯାଇ ଥିଲା। ସେହିଦିନଠାରୁ ପ୍ରତିବର୍ଷ ପୌଷମାସରେ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ ପାଳନ କରାଯାଇ ଆସୁଛି । ଏହି ବର୍ଷ ମଧ୍ୟ କୁମ୍ଭାରୀ ଗ୍ରାମବାସୀଙ୍କ ଆୟୋଜିତ କ୍ରମେ ଅଲେଖ ମହିମା ସାଧୁ ଆଶ୍ରମ ଠାରେ ୦୩/୦୧/୨୩ ଠାରୁ ୦୫/୦୧/୨୩ ପର୍ଯ୍ୟନ୍ତ ତିନି ଦିନ ଧରି ୫୧ ତମ ଅଲେଖ ମହିମା ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ ୨୦୨୩ ପାଳିତ ହୋଇଯାଇଛି। ଏହି ଅଞ୍ଚଳର ମହିମା ବ୍ରହ୍ମ ଯଜ୍ଞରେ ବୈଷ୍ଣବ , ଶୈବ, ବୌଦ୍ଧ , ଜୈନ ଓ ମହିମା ଧର୍ମାବଲମ୍ବୀ ଭକ୍ତ ବୃନ୍ଦ ନଡ଼ିଆ, ଧୂପ,ଘିଅ, ବିଭିନ୍ନ ପ୍ରକାରର କାଠ ତଥା ନିସ୍ବାର୍ଥ ଭାବରେ ଧ୍ଵନୀ ଅଗ୍ନିରେ ଜ୍ଵଳାଂଜଳି ଦେଇ ବିଶ୍ବଶାନ୍ତି ପାଇଁ ମହିମା ଗୋସ୍ଵାମୀଙ୍କ ଠାରେ ପ୍ରାର୍ଥନା କରିଥାନ୍ତି। ଏଥିରେ ଅବଧୂତ ସ୍ଵାମୀ ସନ୍ତୋଷ ବାବା, ସାଧୁ ରବୀନ୍ଦ୍ର ଦାସ, ସାଧୁ ରାମ ଦାସ, ସାଧୁ ଦେବାର୍ଚ୍ଚନ ଦାସ, ସାଧୁ ଅନନ୍ତ୍ ଦାସ, ସାଧୁ ଅନନ୍ତ ଦାସ, ପଶ୍ଚିମାଞ୍ଚଳ ଲତା ଆଶ୍ରମ ସମସ୍ତ ବାବା ଓ ବୈରାଗୀ ବୃନ୍ଦ ଧ୍ଵନୀ ଯଜ୍ଞ ରେ ଆହୁତି ଢାଳି ଆଶିଷ କାମନା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ବିଜେପିର ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଓ ମନୋଜ ମେହେର, ବିଜେଡ଼ି ପ୍ରତିନିଧି ବେଭାରୀ ସା , ସରପଞ୍ଚଙ୍କ ପ୍ରତିନିଧି କୁମୁଦ ସା ପ୍ରମୁଖ ଯୋଗ ଦେଇଥିବା ବେଳେ କୁମ୍ଭାରୀ ଗ୍ରାମର ୱାର୍ଡ ମେମ୍ବର ବୃନ୍ଦ ତଥା ଏହି ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ପ୍ରଥମ ଦିନରେ ବରକାନି ଗାଁ ର ଧନ ପାଖେ ମନ ବନ୍ଦା ପଡ଼ିଛି, ଦ୍ଵିତୀୟ ଦିନରେ ଡୋଟୋ ଗାଁ ର ଧର୍ମ ହଜି ଗଲା ଧର୍ମ ଦାଣ୍ଡରେ ବା ବାପା ଘରେ ପାପ ପଶି ଯାଇଛି, ତୃତୀୟ ଦିନରେ ବୃନ୍ଦାବାହାଲ ଗ୍ରାମର କାଳ ଭୈରବର କାଳ ଫାଶ ନାଟକ ପ୍ରଦର୍ଶନ କରାଯାଇଛି । ଏହି ନାଟକ ଗୁଡିକ ବେଶ ମନୋରଞ୍ଜନ ଓ ହୃଦୟ ସ୍ପର୍ଶୀ ହୋଇ ପାରିଥିବା ଦର୍ଶକଦର୍ଶିକା ମଣ୍ଡଳୀ ଚର୍ଚ୍ଚା ହୋଇଛି ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

Sunil Chandra Nayak

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

ନାମଯଜ୍ଞ ପାଇଁ ଶୁଭଖମ୍ଭ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!