ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନାରେ ଏନ ଏସ ଏସ ପକ୍ଷରୁ ଶୀତ କାଳୀନ ଶିବିର ଅନୁଷ୍ଠିତ

କୋକସରା,୬/୧- କୋକସରା ବ୍ଲକ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଗୁରୁବାର ଠାରୁ ଜାତୀୟ ସେବା ଯୋଜନା ଏନ ଏସ ଏସ ଛାତ୍ରଛାତ୍ରୀଙ୍କୁ ନେଇ ଶୀତ କାଳୀନ ଶିବିର ଗମ୍ଭାରୀଗୁଡା ପଂଚାୟତର ବଙ୍ଗୋମୁଣ୍ଡା ଗ୍ରାମରେ ଆୟୋଜନ କରାଯାଇଛି। ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ଏନ ଏସ ଏସ ପତାକା ଉତ୍ତୋଳନ କରିବା ପରେ ଅଧ୍ୟାପିକା କନକ ମଞ୍ଜରି ବେହେରା, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ ଉପସ୍ଥିତ ରହି ସମାଜର ସେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବର ବିକାଶ ସହ ସମାଜରେ ଏକ ନୂତନ ଦିଶା ଲୋକଙ୍କ ମଧ୍ୟରେ ଉଜାଗର ହେବ ବୋଳି ମତ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମାନେ ବଙ୍ଗୋମୁଣ୍ଡା ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଭେଟି ଗ୍ରାମ ପରିବେଶ ସ୍ୱଚ୍ଛତା ଓ ଜନ ସଚେତନତା ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ଏନ ଏସଏସ ପରାମର୍ଶ ଦାତା ଅଧ୍ୟାପକ ଅଇରୀ ନାସନ ଚିନ୍ଦା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୁଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଅନୁଷ୍ଠିତ 

Sunil Chandra Nayak

ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

masiha

ଉତ୍କଳ ଯାଦବ ମହାସଭାର ସଭାପତି ଭାବେ ଆଶୀର୍ବାଦ ବେହେରା ପୁନଃ ନିର୍ବାଚିତ 

masiha

Leave a Comment

error: Content is protected !!