ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନାରେ ଏନ ଏସ ଏସ ପକ୍ଷରୁ ଶୀତ କାଳୀନ ଶିବିର ଅନୁଷ୍ଠିତ

କୋକସରା,୬/୧- କୋକସରା ବ୍ଲକ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଗୁରୁବାର ଠାରୁ ଜାତୀୟ ସେବା ଯୋଜନା ଏନ ଏସ ଏସ ଛାତ୍ରଛାତ୍ରୀଙ୍କୁ ନେଇ ଶୀତ କାଳୀନ ଶିବିର ଗମ୍ଭାରୀଗୁଡା ପଂଚାୟତର ବଙ୍ଗୋମୁଣ୍ଡା ଗ୍ରାମରେ ଆୟୋଜନ କରାଯାଇଛି। ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡା ଏନ ଏସ ଏସ ପତାକା ଉତ୍ତୋଳନ କରିବା ପରେ ଅଧ୍ୟାପିକା କନକ ମଞ୍ଜରି ବେହେରା, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ ଉପସ୍ଥିତ ରହି ସମାଜର ସେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବର ବିକାଶ ସହ ସମାଜରେ ଏକ ନୂତନ ଦିଶା ଲୋକଙ୍କ ମଧ୍ୟରେ ଉଜାଗର ହେବ ବୋଳି ମତ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମାନେ ବଙ୍ଗୋମୁଣ୍ଡା ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଭେଟି ଗ୍ରାମ ପରିବେଶ ସ୍ୱଚ୍ଛତା ଓ ଜନ ସଚେତନତା ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ଏନ ଏସଏସ ପରାମର୍ଶ ଦାତା ଅଧ୍ୟାପକ ଅଇରୀ ନାସନ ଚିନ୍ଦା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୁଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ଡିଗ୍ରୀ ମହା ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

Sunil Chandra Nayak

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

ଦୂର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!