ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରୁଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଟିତ

 ଲଙ୍ଗଳେଶ୍ଵର 6/1/23 ସିଂଲା ଥାନା ଜାମଶୁଳୀ ଡାକବଙ୍ଗଳା ପରିସରରେ ଆଜି ବସ୍ତା କ୍ରୁଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଟିତ ହୋଇଯାଇଛି। ନାବାର୍ଡ ର ବାଲେଶ୍ଵର ଜିଲ୍ଳା ଉନ୍ନୟନ ପ୍ରାବନ୍ଧକ ତାପସ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। କ୍ରୁଷକଂକ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂଘବଦ୍ଧଭାବେ ଏକତ୍ରିତ ହୋଇ କାର୍ଯ୍ୟକଲେ କ୍ରୁଷକଂକ ସାମଗ୍ରିକ ବିକାଶ ହୋଇ ପାରିବ ବୋଲି ସେ ପ୍ରକାଶ କରିବା ସହିତ ସରକାରଙ୍କ ଦ୍ଵାରା ଅନୁମତିପ୍ରାପ୍ତ ବସ୍ତା କ୍ରୁଷକ ଉତ୍ପାଦକ କମ୍ପାନୀର ଜଣେ ଜଣେ ଅଂଶୀଦାର ହେବାପାଇଁ ଉପସ୍ଥିତ କ୍ରୁଷକ ମାନଙ୍କୁ ସଚେତନ କରାଇଥିଲେ। ଏହି ବୈଠୋକ ରେ ସ୍ଥାନୀୟ ସମାଜସେବୀ ଭଜ ହରି ପରିଡ଼ା ଅତିଥି ଭାବରେ ଯୋଗ ଦେଇ କ୍ରୁଷକ ମାନେ ଏକ ଜୁଟ ହେଲେ ସେମାନଙ୍କର ବିକାଶ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ।ବୈଠକ ରେ ଅନ୍ୟତମ ଅତିଥି ଭାବରେ ଅର୍ଥନୈତିକ ପରାମର୍ଶଦାତା ଦନାର୍ଦନ ପ୍ରଧାନ ଯୋଗ ଦେଇଥିଲେ । ବସ୍ତା କ୍ରୁଷକ ଉତ୍ପାଦକ କମ୍ପାନୀ ର ଡାଇରେକ୍ଟର ଦିଲ୍ଲୀପ କୁମାର ଦାସ, ନିମାଇଁ ଚରଣ ପ୍ରଧାନ, ଅବଦୁଲ ଶୋଭାନ ସହିତ କମ୍ପାନୀର ନିର୍ବାହୀ ଅଧିକାରୀ ରାଜେଶ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବୈଠକ ରେ ପୁଟୁରା, ନାବରା, ସିଂଗ୍ଲା, କରୁଆ, ରଘୁନାଥ ପୁର, କଇଁ ନଗରୀ ପଞ୍ଚାୟତର ଶତାଧିକ ଚାଷୀ ଯୋଗ ଦେଇ ବସ୍ତା କ୍ରୁଷକ ଉତ୍ପାଦକ କମ୍ପାନୀର ଅଂଶୀଦାର ହୋଇଥିଲେ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ମରୁଡି ଆଶଙ୍କା ନେଇ ସିଟିଜେନ ଫୋରମ ପକ୍ଷରୁ ଇ ମେଲରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

Leave a Comment

error: Content is protected !!