ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

ଭବାନୀପାଟଣା ତା ୬.୧.୨୦୨୩: ଆଜି ୨୫ ତମ କଳାହାଣ୍ଡି ଉତ୍ସବ ୨୦୨୩ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ମହୁଲପାଟଣା ନିକଟସ୍ଥ ସ୍ଥାନୀୟ ଇନ୍ଦ୍ରାବତୀ ଜଳଭଣ୍ଡାର ପରିସର ମଧ୍ୟରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବରେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ଙ୍କ ସହ ପି ଏ, ଆଇ ଟି ଡି ଏ ବିରଞ୍ଚି ନାରାୟଣ ଦରୁଆଁ,ବି ଡି ଓ ଶୁଭକାନ୍ତ ନାଏକ,ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ, ଡି ଡ ବ୍ଲୁ ଓ ବଳବନ୍ତ ରାୟ, ଡି ସି ଓ ଅର୍ପିତା ବେହେରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମ କେଶରୀ ପୂଜାରୀ, ପ୍ରଚାର ଓ ବିଜ୍ଞପ୍ତି କମିଟି ଅଧ୍ୟକ୍ଷ ଶାନ୍ତନୁ ବେହେରା, ମଶାଲ ଯାତ୍ରା କମିଟି ଅଧ୍ୟକ୍ଷ ଭବାନୀ ନିଆଲ,ଜିଲ୍ଲା ମସ୍ୟ ଅଧିକାରୀ ବସନ୍ତ ନାୟକ, ଏମ ଏମ ପି ଏସ୍ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟନ ମୁଣ୍ଡଛିନା, ବି ଇ ଓ ଲୋକନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା ପରେ ପି ଏ, ଆଇ ଟି ଡି ଏ ଏହି ପ୍ରତିଯୋଗିତା ଉପରେ ସମ୍ୟକ୍ ସୂଚନା ଦେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ସ୍ଥାନୀୟ ଲୋକଙ୍କର ଆନ୍ତରିକତା ଓ ବହୁ ସଂଖ୍ୟାରେ ଖେଳାଳି ଙ୍କ ପଞ୍ଜିକୃତକୁ ପ୍ରଶଂସା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ।ଗଭୀର ଜଳରାଶିରେ ନୌକା ପ୍ରତିଯୋଗିତା ରେ ୧୧ ଟି ନୌକା ଏବଂ ତୀର ଚାଳନା ରେ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ନୌକା ଚାଳନା ରେ ଫୁକିଯାଲ ଗ୍ରାମର ଚନ୍ଦ୍ର ମାଝୀ ଓ ଦିବନ୍ ମାଝୀ ପ୍ରଥମ, କମଲାଗୁଡ଼ା ଗ୍ରାମ ର କାଳିଆ ମାଝୀ ଓ ସଦା ମାଝୀ ଦ୍ଵିତୀୟ, ସାନ ଛତରଙ୍ଗ ଗ୍ରାମର ଫଗୁଣ ମାଝୀ ଓ ଇନ୍ଦ୍ର ମାଝୀ ତୃତୀୟ ଏବଂ ସେଭଳି ତୀର ଚାଳନା ରେ ଶିକପୂର୍ଜି ର ଶୁଭ ଜାନି ପ୍ରଥମ, କାଦେପଦର୍ ର ଜୁଳୁ ମାଝୀ ଦ୍ଵିତୀୟ ଏବଂ ଛାବ୍ରି ର ଟୁକୁ ମାଝୀ ତୃତୀୟ ହୋଇ ପୁରସ୍କାର ଗ୍ରହଣ କରିଥିଲେ। ସେଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ଶିକ୍ଷା ନିକେତନ,କୁମୁଡ଼ା ବାହାଲ , ଗୋପାଳପୁର ହାଇସ୍କୁଲ , ଥୁଆମୂଳ ରାମପୁର ମହାବିଦ୍ୟାଳୟ ,ବିସମଗିରି ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ, ଢେମସା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ଏହି ପ୍ରତିଯୋଗିତାକୁ ସୁନିଲ ବେହେରା,ଭୀମସେନ ସାହୁ,ଭାରତ ଭୁଷଣ ଚଲାନ୍,ଭାରତ ଭୁଷଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସଭାରେ କେନ୍ଦୁମୁଣ୍ଡି, ସାନଛତରଙ୍ଗ ତଥା ଆଖ ପାଖ ପଞ୍ଚାୟତ ର ବହୁ ଜନ ସାଧାରଣ, ଥୁଆମୂଲ ରାମପୁର କଲେଜର ଛାତ୍ର ଛାତ୍ରୀ,ଗଣ ମାଧ୍ୟମ ପ୍ରତିନିଧି,ବିଭିନ୍ନ କମିଟି ର କର୍ମକର୍ତ୍ତା, ଆଇ ଟି ଡି ଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ,ପୋଲିସ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ନାରାୟଣପାଟଣା ର ହରିଜନ ସାହିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ମାନ୍ୟବର ବିଧାୟକ ପ୍ରଭୁଯାନୀ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ 

masiha

ନବରଙ୍ଗପୁର ପ୍ରିମିଅର ଲିଗ ସଂସାଇନ ସୁପେର କିଙ୍ଗ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!