ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ନଳକୂପ ନିଷ୍କାସିତ ଜଳ ଗ୍ରାମ୍ୟ ପରିବେଶ କୁ ନଷ୍ଟ କରୁଛି : ସମାଧାନ ପ୍ରଶ୍ନ ର ଉତ୍ତର ନକାରତ୍ମକ

ତେନ୍ତୁଳିଖୁଣ୍ଟି ୦୭/୦୧/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମର କୁମ୍ଭାର ସାହି ଗାଁ ମଝିରେ ଥିବା ନଳକୂପରୁ ଆବର୍ଜନା ପାଣି ଗ୍ରାମର ମଧ୍ୟ ଭାଗରେ ଜମାଟ ହୋଇ କୁତ୍ରିମ ପୋଖରୀ ର ଭ୍ରମ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ନଳକୂପର ଆବର୍ଜନା ପାଣି ନିଷ୍କାସନ ନେଇ ନା ପଞ୍ଚାୟତ ନା ପଂଚାୟତ ସମିତି ତରଫରୁ କିଛି ଯୋଜନା କରୁଛି ।ଏଣୁ ଉଭୟ ଏଥିରେ ଫେଲ ମାରିଥିବା ନେଇ ଅଞ୍ଚଳବାସୀ କହନ୍ତି।। ଡ୍ରେନ ପୋତି ହୋଇଥିଲେ ବି ଉପଯୁକ୍ତ ଭାବେ ସଫା ହେଉନଥିବାରୁ ଏହିଭଳି ସମସ୍ୟା ସୃଷ୍ଟି ହେଉଛି ।ଗ୍ରାମର ମଧ୍ୟ ଭାଗରେ ଜଳ ଜମି ରହୁଥିବାରୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି ।ଖାଲି ଯେ ଯାତାୟତ ରେ ବାଧା ହେଉଛି ତାହା ନୁହଁ ଜମି ରହୁଥିବା ଅପରିଷ୍କାର ଜଳ ହେତୁ ଗ୍ରାମରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ସହ ରାସ୍ତା ଉପରେ କୌଣସି ଯାନବାହାନ ଗଲେ ଅପରିଷ୍କାର ଜଳ ଛିଟିକି ରାସ୍ତାରେ ଠିଆ ହୋଇଥିବା କିମ୍ବା ଯାତାୟତ କରୁଥିବା ବ୍ୟକ୍ତିଙ୍କ ଉପରେ ପଡିଲେ ଅଯଥା ଝଗଡା ମଧ୍ୟ ପ୍ରାୟ ସବୁଦିନ ହେଉଥିବା ଗ୍ରାମବାସୀ କହିଛନ୍ତି ।ତେବେ ତୁରନ୍ତ ଡ୍ରେନ ସଫେଇ କରି ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।ଖାତିଗୁଡା ଗ୍ରାମର କୁମ୍ଭାର ସାହି ,ଦଳେଇ ସାହି ,ହରିଜନ ସାହି,ପାଇକ ସାହି,ଗଉଡ଼ ସାହି ର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ପରିବାର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଉକ୍ତ ନଳକୂପର ବିପରୀତ ରେ ଡ୍ରେନ ଥିବା ବେଳେ ନଳକୂପ ସାଇଡ଼ରେ ଡ୍ରେନ ନାହିଁ । ଫଳରେ ୧୦୦ ମିଟର ରୁ ଉର୍ଦ୍ଧ୍ବ ହେବ ଆଣ୍ଠୁଏ କାଦୁଅ ରେ ଭର୍ତ୍ତି ହେଲାଣି।ଗ୍ରାମର କିଛି ଯୁବଗୋଷ୍ଠୀ ବିପରୀତ ଦିଗରେ ଥିବା ଡ୍ରେନରେ ଆବର୍ଜନା ପାଣିକୁ ଛାଡିଲେ କିଛି ବ୍ୟକ୍ତି ଝୁଡ଼ିରେ ମାଟି ବୋହି ଉକ୍ତ ପାଣି ରାସ୍ତାକୁ ବନ୍ଦ କରି ଦେଉଛନ୍ତି ।ଏହିଭଳି ଥରେ ନୁହଁ ବାରମ୍ବାର କରୁଥିବାରୁ ପୁରା ଗାଁ କାଦୁଅରେ ପରିପୂର୍ଣ୍ଣ ହେବାରେ ଲାଗିଲାଣି।।ଏହାକୁ ନେଇ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କରଙ୍କୁ କହିବାରୁ ତହସିଲଦାର ଉକ୍ତ ସ୍ଥାନକୁ ରାଜସ୍ୱ ନିରୀକ୍ଷକ ଙ୍କୁ ପଠେଇ ସମାଧାନ କରାଯିବ ବୋଲି କହିଥିଲେ । ହେଲେ ଆଜକୁ ୩ରୁ୪ ଦିନ ବିତିଯାଇଥିଲେ ମଧ୍ୟ କୈ।ଣସି ପଦକ୍ଷେପ ନେଇନାହାନ୍ତି।ଏ ବିଷୟକୁ ନେଇ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ମଧ୍ୟ ଜଣେଇ ଥିଲେ କିନ୍ତୁ ଡ୍ରେନ ପୋତି ଦେଉଥିଲେ କିଛି କରି ପାରିବେନି ବୋଲି ସଫାସଫା ମନାକରି ଦେଇଥିଲେ।ସହଯୋଗ କରି ପାରିବି ନାହିଁ ବୋଲି କହିଥିଲେ ,ବରଂ ତହସିଲଦାର ଙ୍କ ଦୃଷ୍ଟି କୁ ନେଲେ ସମାଧାନ ହେବ। ନଳକୂପ ଜଳ ପରିଚାଳନା ପାଇଁ ପଂଚାୟତ ସମିତି ସ୍ତରରେ ସକପିଟ ପ୍ରକଳ୍ପ କରାଯାଇଛି, ଅଥଚ ଏଠାରେ କରା ଯାଇନି । 

ନଳକୂପ ପିଛା ଦଶରୁ ବାର ହଜାର ଟଙ୍କା ଖର୍ଚ୍ଚ ଅଟକଳ ରହୁଛି। ଏଠାରେ ବିଶେଷଭାବେ ପରଜା ବାରଂପଦର ଗ୍ରାମ ପଞ୍ଚାୟତ ରେ ନହେବାର କାରଣ କଣ?ନଳ କୂପ ନିଷ୍କାସିତ ଜଳ ପାର୍ଶ୍ଵ ଗର୍ତ୍ତ ରେ ପୁରିବ ଏବଂ ଉକ୍ତ ଗର୍ତ୍ତ ଭର୍ତ୍ତି ହେଲେ ନିକଟସ୍ଥ ଗର୍ତ୍ତ କୁ ସଂଯୋଗକାରୀପାଇପ ରେ ଯିବ। ଉକ୍ତ ଗର୍ତ୍ତ ଦ୍ୱୟର ଜଳ ଭୁତ୍ତଳ କୁ ଯିବ । ଏହି ପ୍ରକଳ୍ପ କରି ଲେ କୁମ୍ଭାର ସାହି ରେ ନଳକୂପ ପାଖରେ ପୂତ୍ତି ଗନ୍ଧମୟ ସ୍ଥିତି ରହିବନି। କିନ୍ତୁ ବିଡ଼ିଓ ହାତଟେକିଦେବା ଆଶ୍ଚର୍ଯ୍ୟର ବିଷୟ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲିଗୁଡାରେ ୮୯ ତମ ଉତ୍କଳ ଦିବସ ପାଳିତ

masiha

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

କଳାହାଣ୍ଡି: କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ଦାବୀ ଜୋର ଧରିଲା

masiha

Leave a Comment

error: Content is protected !!