ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

 କାମାକ୍ଷାନଗର(ମ ନି ସ)୦୭/୦୧//କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଆରୋହୀ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି ହୋଇଥିବାର ଜଣାଯାଇଛି l କଣ୍ଟାପାଳ ଗ୍ରାମର ସୁଧାକର ସିଂ ଭାଲୁ ଆକ୍ରମଣରେ ଆହତ ହୋଇ ପଡ଼ିଥିଲେ l ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ଏକ ବାଇକ ରେ ଆଣୁଥିବା ବେଳେ କଣ୍ଟାପାଳ ନିକଟରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖଜୁରୀ ଗଛରେ ବାଡେଇ ହୋଇ ଯାଇଥିଲା l ଫଳରେ ସୁଧାକରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟନସ୍ଥଳରେ ପହଞ୍ଚି ଗୁରୁତର ସୁଧାକର ଙ୍କୁ ଉପଖଣ୍ଡ ଚିକିତ୍ସୟରେ ଭର୍ତି କରିଥିଲେ l ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

Sunil Chandra Nayak

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!