ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଫାଇନାଲକୁ ଉନ୍ନିତ

ମୟୂରଭଞ୍ଜ ୭/୧/୨୩(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ଶନିବାର ଦିନ ୨୪ ତମ ଆନ୍ତଃ ରାଜ୍ୟଦିତୀୟ ଦିବସରେ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିତୀୟ ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଏବଂ ଯୁବ ସମାଜସେବୀ ତଥା ମୟୂରଭଞ୍ଜ (୧) ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଶ୍ରୀ ଶଚିନ ଅଗ୍ରୱାଲ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ଶ୍ରୀ ଦୁର୍ଗା ପଟନାୟକ, ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ର ଅମ୍ପାୟାର ଦିଲିପ ଚୌଧୁରୀ,ସଂପାଦକ ପଞ୍ଚୁ ଲୋହାର,ଶ୍ୟାମ ସୁନ୍ଦର ଜ୍ୟୋତିଷ,ପ୍ରଦୀପ ରାଉତ,ବାବୁଲା, କ୍ରିକେଟ ପ୍ରେମୀ, ଦର୍ଶକ ପ୍ରମୁଖ ସାମିଲ ହୋଇ ଫିତା କାଟି ଖେଳର ଶୁଭାରମ୍ଭ କରିବା ସହ ଖେଳ ପଡିଆକୁ ଯାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳରେ ସମ୍ବଲପୁର ୨୩.୧ଓଭର ରେ ୧୦ ଉଇକେଟ ହରାଇ୧୩୯ ରନ କରିଥିବାବେଳେ ରାଇରଙ୍ଗପୁର କ୍ରିକେଟ ଟିମ୍ ୨୧.୩ ଔଷଧରେ ୧୦ ଉଇକେଟ ହରାଇ ୧୦୪ ରନ କରିଥିଲା । ହ୍ରଦ ଜାକ୍ରି ମେନ୍ ଅଫ ଦି ସେଚ ହୋଇଥିଲେ ।ସମ୍ବଲପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ହୋଇଛି । ରବିବାର ଦିନ ବହୁ ପ୍ରତିକ୍ଷିତ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରାଉରକେଲା ଏବଂ ସମ୍ବଲପୁର ମଧ୍ୟରେ ହେବ ।ହଜାର ହଜାର ଦର୍ଶକ ଓ କ୍ରିକେଟ ପ୍ରେମୀ ପଡ଼ିଆରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ରେଫେରୀ ଭାବେ ପଞ୍ଚୁ ଲୋହାର ଦାୟିତ୍ଵ ନିର୍ବାହ କରିଥିଲେ । ଶୁକ୍ରବାର ଦିନ ଦିତୀୟ କ୍ୱାର୍ଟର ଫାଇନାଲ ଖେଳରେ ପ୍ରଥମାର୍ଦ୍ଧରେ ସମ୍ବଲପୁର ଏବଂ କେନ୍ଦୁଝର ଏବଂ ଦିତୀୟାର୍ଦ୍ଧରେ ରାଇରଙ୍ଗପୁର ଏବଂ ରାଞ୍ଚି ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ହଜାର ହଜାର ସଂଖ୍ୟାରେ ପଡିଆକୁ କ୍ରିକେଟ ପ୍ରେମୀ ଆସି ଫାଇନାଲ ଖେଳ ଦେଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସଭାପତି ନଵ ଚରଣ ମାଝୀ ଏବଂ ସଂପାଦକ ପଞ୍ଚୁ ଲୋହାର ନିବେଦନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ 

masiha

ଖଡ଼ିଆଳଠାରେ ଅନ୍ତଃ ଜିଲ୍ଲା ଡବଲସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ଉଦଯାପିତ

masiha

Leave a Comment

error: Content is protected !!