ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଜୁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ

ତିର୍ତ୍ତୋଲ :-08/01/23 -କୃଷ୍ଣାନନ୍ଦପୁର ବି.ଜେ.ଡି. ୟୁଥ କମିଟିର ଆୟୋଜନରେ ପାଇକା କୂଳ ନଦୀପଠା ମଧ୍ୟରେ ବିଜୁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ ସାହସ୍ରାଧିକ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ! ଏହି ଟୁର୍ନାମେଣ୍ଟ ରେ,ଚାନ୍ଦ କ୍ଲବ କେନ୍ଦ୍ରାପଡା, ଏନ. ଏ. ସି. ଏଫ. ସି. ଚାନ୍ଦବାଲି, ମୟୁରଭଞ୍ଜ ଫୁଟବଲ ଟିମ, ଆଲମଗିରି ଫୁଟବଲ କ୍ଲବ କଟକ, ଡି. ଏଫ. ଏ. ଜଗତସିଂହପୁର, ଅଲକ୍ରିକେଟ ଆଣ୍ଡ ସ୍ପୋର୍ଟ୍ସ କାଉନସିଲ ଏ ୟୁ ଏଲ, ଆଜାଦ ହିନ୍ଦ ସ୍ପୋର୍ଟ୍ସ ଆଣ୍ଡ ଗେମ୍ ଆସୋସିଏସନ କଟକ, ଏବଂ କୃଷ୍ଣାନନ୍ଦପୁର ଫୁଟବଲ ଟିମ ଭାଗ ନେଇଥିଲେ ! ଧୋୟା ଅଞ୍ଚଳ ଭାବେ ପରିଚିତ କୃଷ୍ଣାନନ୍ଦପୁର ପଞ୍ଚାୟତର ଏହି ପଡିଆରେ ଯଦିଓ ବହୁ ପୂର୍ବରୁ ଫୁଟବଲ ଖେଳ ହୋଇ ଆସୁଛି, ଏଇବର୍ଷ ପ୍ରଥମ କରି ବିଭିନ୍ନ ଜିଲ୍ଲାରୁ ଖେଳାଳିଙ୍କୁ ନେଇ ରାଜ୍ୟ ସ୍ତରୀୟ ଏକଦିବସିୟ ଦିବାରାତ୍ରଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି ! ଆୟୋଜକ କମିଟି ର ସଭାପତି ନିର୍ମଳ ଚରଣ ଜେନା ଉପସଭାପତି ମିର୍ଜା ଫୁଲ୍ଲ ଉଦ୍ଦିନ ସମ୍ପାଦକ ସେକ ଅଲିମ ବକ୍ସ, ସହ ସମ୍ପାଦକ ସଲିମ ନୱାଜ, କୋଷାଧ୍ୟକ୍ଷ ସେକ ବରକତ ଅଲ୍ଲୀ,ସେକ କରିମ ବକ୍ସ, ସେକ ଇଫତିଖର ଅଲ୍ଲୀ, ଉପଦେଷ୍ଟା ମାନେ ସେକ କଲିମୁଲ୍ଲା, ସେକ ଆୟୁବ ଅଲ୍ଲୀ, ସେକ ମଜୁଦ ଅଲ୍ଲୀ, ସେକ ଆଲ୍ଲାଉଦ୍ଦିନ, ସେକ ସଲାଉଦ୍ଦିନ, ବିଚିତ୍ର ସାହୁ, ସେକ ଅମିନୁଲ ହକ, ସେକ ମସାଜ ଅଲ୍ଲୀ, ସେକ ରମଜାନ ଅଲ୍ଲୀ, ସେକ ସାମସୁଦ୍ଦିନ, ମିଡ଼ିଆ ସଂଯୋଜକ ମହମ୍ମଦ ସାକିର ଅଲ୍ଲୀ, ଅବଦୁଲ ନଜିମ ଏବଂ ଅନ୍ୟ ମେମ୍ବରମାନେ ପୂର୍ଣ୍ଣ ସହଯୋଗ କରିଥିଲେ ! ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବି ଜେ ଡି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଏକ ନମ୍ବର ଜିଲ୍ଲାପରିଷଦ ରଞ୍ଜିତା ସିଂ, ଅଞ୍ଜୁମନ ବାଲୁବିଶିର ସର୍ଦାର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଯୋଗଦେଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

masiha

ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା , ରାୟଗଡା ଏକାଦଶ ଚମ୍ପିୟାନ

masiha

Leave a Comment

error: Content is protected !!