ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

ଢେ଼ଙ୍କାନାଳ ( ମ ସୀ ହା)୦୯/୦୧_ ଗଉଡକାଟେଣି ସ୍ଥିତ ସତ୍ୟମ୍ ଶିବମ୍ ସୁନ୍ଦରମ୍ ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସ୍କୁଟିରେ ବେଲପଡ଼ା ଗ୍ରାମରୁ କଲେଜ ଯାଉଥିବା ବେଳେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଗୋଗ୍ୟ ଯେ,୫୫ ନଂ ଜାତୀୟ ରାଜପଥ ଉପରବାଘଲୁଣ୍ଡା ଗ୍ରାମ ନିକଟରେ ପଛପଟରୁ ଆସୁଥିବା ଏକ ବସ୍‌ ଦୁଇ ଛାତ୍ରୀ ଯାଉଥିବା ସ୍କୁଟିକୁ ଧକ୍କା ଦେବାରୁ ଉଭୟେ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ତାଙ୍କ ସ୍ୱlସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଢେଙ୍କାନାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଇସ୍ପିତା ବରାଳ ନାମକ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଛାତ୍ରୀଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଛାତ୍ରଛାତ୍ରୀମାନେ ୫୫ ନଂ ଜାତୀୟ ରାଜପଥର ଦୁର୍ଘଟଣା ଘଟିଥିବା ସ୍ଥାନରେ, କଲେଜ ସମ୍ମୁଖରେ ଓ ଗୁଡିଆକାଟେଣି ଛକ ନିକଟରେ ଏହି ପରି ତିନୋଟି ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ରାସ୍ତାର ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପଲମ ଓ ହାତିଖୋଜ୍ ଠାରେ ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ 

masiha

ତପନ ମାଝୀ ଶିଶୁ ଶ୍ରମିକ ବିଦ୍ୟାଳୟ ରେ ପଢି ଆଜି ଓ ଇ ଏସ ପରୀକ୍ଷାରେ ସଫଳତା  

Leave a Comment

error: Content is protected !!