ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ:ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

କାମାକ୍ଷାନଗର ( ମ ନି ସ)୦୯/୦୧// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମୁଖ ରୁ ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ କରି , ବ୍ୟାଙ୍କ ସମ୍ମୁଖରେ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୪ଦୁର୍ବୁତ୍ତ |ସୂଚନା ମୁତାବକ ମ୍ୟାନେଜର ଜଣକ ହେଉଛନ୍ତି କୁନ୍ଦନ୍ଦେଇପୁର କାଟେଣୀ ଗ୍ରାମର ଜୟନ୍ତ କୁମାର ଆଚାର୍ଯ୍ୟ| ସେ ଭାଲୁମୁଣ୍ଡା ସ୍ଥିତ ମାତୃଶ ଏଣ୍ଟେର ପ୍ରାଇଜେସ ରେ ଦୀର୍ଘ ୭ବର୍ଷ ହେବ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ |ତେବେ ପ୍ରତେକ ଦିନ ପରି ଆଜି ମଧ୍ୟ ସେ ବ୍ୟାଙ୍କ କୁ ଏକ ପିକଅପ ଭ୍ୟାନ ରେ ଟଙ୍କା ଜମା କରିବାକୁ ଯାଇଥିବା ବେଳେ, ଚାରି ଜଣ ଦୁର୍ବୁତ୍ତ ଦୁଇଟି ବାଇକ ରେ ଆସି ତାଙ୍କୁ ମରଣାନ୍ତକ ଅସ୍ତ୍ରରେ ବାମ ପାପୁଲି କୁ ଆକ୍ରମଣ କରିବା ସହ, ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ନଗଦ ୧୫ଲକ୍ଷ୍ୟ ଟଙ୍କା ଲୋଟି ନେଇ ଫେରାର ହୋଇଯାଇଛନ୍ତି |ସେପଟେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସା ଲୟ କୁ ପଠାଯାଇଛି |ସେପଟେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାବା ଖାରିପଲ୍ଲୀ ଅଞ୍ଚଳ ରୁ ୨୫ ଏକର ଜମିର ଦୁଇ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ 

masiha

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

masiha

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

Leave a Comment

error: Content is protected !!