ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ପାଳିତ

ଥୁଆମୂଳ ରାମପୁର:୧୦/୦୧ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଖୁଣ୍ତୁଆଳ ପଡିଆ ମିନିଷ୍ଟାଡିୟ ଠାରେ ୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଦୁଇଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିବସର ଆଜି ଯଥା ତା ୧୦/୦୧/୨୦୨୩ ରିଖ ମଙ୍ଗଳବାର ଦିନ ଉତ୍ସବର ଆବାହକ ତଥା ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଓ ସଭାପତି ବିଡିଓ ଶ୍ରୀ ଶୁଭକାନ୍ତ ନାୟକଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ରୁ ପୂଜାର୍ଚ୍ଚନା କରି ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ମଞ୍ଚକୁ ପହଞ୍ଚିବା ପରେ ମଞ୍ଚରକୁ ଉଦଘାଟନର ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଉତ୍ସବର ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ମାନ୍ଯବର ସାଂସଦ ଶ୍ରୀ ବସନ୍ତ ପଣ୍ତା, ମୁଖ୍ୟବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ଯ ଶ୍ରୀ ସତ୍ଯନାୟଣ ମହାପାତ୍ର, ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ, କଲେଜର ଅଧ୍ଯକ୍ଷ ଶ୍ରୀ ସତ୍ଯନାୟଣ ମୁଣ୍ତଛିନା, ସିଡିପିଓ ଶ୍ରୀମତୀ ମିନତୀବାଳା ପଟ୍ଟନାୟକ, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ, ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିବା ବେଳେ ବିଭିନ୍ନ ପ୍ରକାରର କଳା ସାଂସ୍କୃତିକ ନୃତ୍ୟର ସମାରୋହ ମଞ୍ଚରେ ଦୁଲୁକି ଉଠିଥିବା ବେଳେ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ ଓ ଶ୍ରୀ ବବୃବାହାନ ବୁଦ୍ଧିଆ ମଞ୍ଚରକୁ ପରିଚାଳନା କରିଥିଲେ। ଅତିରିକ୍ତ ବିଡିଓ ଶ୍ରୀ ଭରତ ମେହେର, ଜିପିଓ ଜ୍ଞାନରଞ୍ଜନ ଭୋଇ, ଏଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଶ୍ରୀ ଜେଇ ଦେବେନ୍ଦ୍ର କୁମାର ମହାନନ୍ଦ, ଜେଇ କେଙ୍ଗୁଆ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ, ଦ୍ବିତୀୟ ଦିବସର କଳାହାଣ୍ଡି ଉତ୍ସବ ଆସନ୍ତା କାଲି ଯଥା ୧୧/୦୧/୨୦୨୩ ଦିନ ହେବାକୁ ଯାଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ 

masiha

ଭିସି ମାଧ୍ୟମରେ ସ୍ମାର୍ଟ ଲରନିଙ୍ଗ ସେଣ୍ଟର ଉଦଘାଟିତ

masiha

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!