ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵଲାଙ୍ଗିର ଜିଲ୍ଲା ର ସଦର ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ  

ବଲାଙ୍ଗିର ,୧୧/୦୧ ବଲାଙ୍ଗିର ଜିଲ୍ଲା ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବହୋଇଥିବା ବେଳେ ଆଜି ସଦର ବ୍ଲକ ରେ ଲୋକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଦର ବ୍ଲକ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଦର ବ୍ଲକ ବିଡିଓ ପ୍ରିତମ କୁମାର ତନ୍ତୀ, ଖୁଜେନ ପାଲି ସମିତି ସଭ୍ୟା ସୂର୍ଯ୍ୟକାନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ରେ କଳାକାର ମାନଙ୍କ ଦ୍ଵାରା ନିଜ ନିଜ ପରମ୍ପରା କଳା, ବାଦ୍ୟ,ନାଚ ପ୍ରଦର୍ଶନ କରିଥିଲେ। ୨୦୦ରୁ ଉର୍ଦ୍ଧ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାଯ୍ୟକ୍ରମ୍ କୁ ସଂଯୋଜନା କରିଥିଲେ ସଦେଇ ପାଲି ସମିତି ସଭ୍ୟ ଗୁଲାପ ବାଗ ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା

masiha

ଚତୁର୍ଥ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବୈଠକରେ ଉତ୍ତମ ସମନ୍ବୟ ପ୍ରସଙ୍ଗ

masiha

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

Leave a Comment

error: Content is protected !!