ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ୨୫ ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଘୁମୁରା ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚିଥିଲା l ମଞ୍ଚ ରେ ମଶାଲ ପହଂଚିବା ପରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଡ଼ିଓ ସୁଚରିତା ମୁଗ୍ରୀ, ଜିଲ୍ଲା ପରିଷଦ କ ଜୋନ ସଭ୍ୟ ମହେନ୍ଦ୍ର ରଣା, ଖ ଜୋନ ସଭ୍ୟ ସୁରେଶ ଚୌଧୁରୀ, ତହସିଲଦାର ମିଳନ କୁମାର ଝାଙ୍କର, ସଦର ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ, ସିଡିପିଓ ଗିରିଜା ଗୁଡ଼ଲା ଯୋଗ ଦେଇ ମଞ୍ଚ ଉଦଘାଟନ କରିଥିଲେ l ସନ୍ଧ୍ୟାରେ ଉଦଯାପନୀ ସମାରୋହରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବରେ କୋଶଳ କବି ତଥା ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ବିଡିଓ ସୁଚରିତା ମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇ କଳାହାଣ୍ଡି ଉତ୍ସବ ର ଉଦେଶ୍ୟ ତଥା ଲୋକ କଳା ର ସୁରକ୍ଷା ଓ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ବ୍ଲକ ର ସଫଳ ବ୍ୟକ୍ତିତ୍ୱ ଙ୍କୁ ମାନପତ୍ର ସହ ସମ୍ମାନିତ କରାଯିବା ସହ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ମହୋତ୍ସବ ରେ କୃଷିବିଭାଗ, ଉଦ୍ୟାନ ବିଭାଗ, ଅଗ୍ନିଶମ ବିଭାଗ, ଆଇସିଡିଏସ ବିଭାଗ, କୃଷି ଉତ୍ପାଦକ ଦଳ, କଳାହାଣ୍ଡିଦିବ୍ୟଙ୍ଗ ମଞ୍ଚ ଆଇ.ଜି.ଏସ.ଏସ.ଏସ, ପ୍ରାଣୀ ଚିକିତ୍ସା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା ବିଳମ୍ବିତ ରାତି ଯାଏଁ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା l ସଭା କାର୍ଯ୍ୟ ରେ ନରୋତ୍ତମ ସେଲମା ସଂଯୋଜନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ମଧୁସୂଦନ ବାଗ ଓ ଭାଗିରଥି ଷଡ଼ଙ୍ଗୀ, ଦୁର୍ଗା ପ୍ରସାଦ ସାହୁ ପରିଚାଳନା କରିଥିଲେ l ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଉଜ୍ଜ୍ୱଳ କୁମାର ସାହୁ, ରିଟନ୍ ନାଗ, ସଞ୍ଜୟ ଦାଶ୍, ପ୍ରଦୀପ କୁମାର ମାଝୀ, ଯୋଗେଶ୍ୱର ପୋଢ଼, ନନ୍ଦି କିଶୋର ଭୋଇ, ରାଧେଶ୍ୟାମ ବାଗ, ରାଉତ ସୁନା, ବିପିନ କୁମାର ବାରିକ, ଲଳିତ କୁମାର ବିଶି, ବଡ଼ ସାହୁ, କୈଳାସ ଭୋଇ, କର୍ଲାମୁଣ୍ଡା ଫଣ୍ଡି ଅଧିକାରୀ ବଂଶୀଧର ସାମଲ, ମିଶନ ଶକ୍ତି କର୍ମ କର୍ତ୍ତା, ସମସ୍ତ ସିଆରପି, ଏମବିକେ ସହଯୋଗ କରିଥିଲେ l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ

Sunil Chandra Nayak

ବଡଓଲମା ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

masiha

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିସ୍ଥାପନ

Sunil Chandra Nayak

Leave a Comment

error: Content is protected !!