ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

 ନବରଙ୍ଗପୁର—–(ମସିହା) ଇଂରାଜୀ ନବ ବର୍ଷ ପାଳନ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ସ୍ଥାନୀୟ ପ୍ରାତ୍ରମୁଣ୍ଡା ଅର୍ନ୍ତଗତ ଚରକବନ ନିକଟରେ ବୁଧବାର ଦିନ ଏହି ବନ୍ଧୁୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ନବରଙ୍ଗପୁର ସଦର ମହକୁମା ଠାରେ ରହିଥିବା ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂମ୍ପର୍କରେ ବିଚାର ଆଲୋଚନା ହୋଇଥିଲା । ସାମ୍ବାଦିକ ମାନେ ଜିଲ୍ଲାର ବିକାଶ ପାଇଁ ଅନବରତ ଚେଷ୍ଟା ଚଳାଇ ଆସୁଛନ୍ତି । ଏଣିକି ପେଷା ସହ ସମାଜର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟକ୍ଷ ଭାବେ ସାମ୍ବାଦିକ ମାନେ ଏକତ୍ରୀତ ହୋଇ ଉଦ୍ୟମ ଆରମ୍ଭ କରିବେ ବୋଲି ମତ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତ ସାମ୍ବାଦିକ ମାନେ ଏକତା ଭାବ ରଖି ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

ଜୁନାଗଡ଼ ଓକିଲ ସଙ୍ଗ ନିର୍ବାଚନ ଅନୁଷ୍ଠିତ 

masiha

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

masiha

Leave a Comment

error: Content is protected !!