ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ

ନର୍ଲା (ମନିସ): ଯୁବ ଲେଖକ, ସମ୍ପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀ ପାଇବେ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨। ଓଡ଼ିଆ ଗଦ୍ୟ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ବୋଲି ମାସିକ ଗଳ୍ପ ପତ୍ରିକା ‘ଗଦ୍ୟାଂଶ’ର ସଂପାଦକ କ୍ଷୀରୋଦ ବିହାରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍‌, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ ମଞ୍ଚ ଓ ଚଳଚ୍ଚିତ୍ରରେ ଅଭିନୟ ସହ ଦୂରଦର୍ଶନ ଓ ରେଡ଼ିଓରେ ଉପସ୍ଥାପନା କରି ଲୋକପ୍ରିୟ ହୋଇଛନ୍ତି। ତାଙ୍କର ଗଳ୍ପ ସଙ୍କଳନ ‘ଖଙ୍ଗାର୍‌’ ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର-୨୦୨୧ ପାଇବା ସହ ୨୦୨୦ ଓ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା। ଶିକ୍ଷା ବିଭାଗରେ ସିଆର୍‌ସିସି ଥିବା ସୁଧୀର ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍‌ର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା, ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ୱାର୍ଲ୍ଡ ଆସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍‌ଚର୍ ପକ୍ଷରୁ ଆୟୋଜିତ ୩୯ତମ ବିଶ୍ବ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ୍ କାର୍ଯ୍ୟକ୍ରମରେ ଅତିଥି ଲେଖକ ଭାବେ ଆମନ୍ତ୍ରିତ ହୋଇଛନ୍ତି। ଆସନ୍ତା ୧୫ ତାରିଖ ଦିନ ବାଲେଶ୍ବର ମଦନାପୁର ବେଳାଭୂମିରେ ଗଦ୍ୟାଂଶ ଉତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକା ପକ୍ଷରୁ ସୂଚନା ଦିଆଯାଇଛି।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ବନ୍ଧୁଗାଁର ଅନେକ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ 

masiha

ବିଧାୟକଙ୍କ ହସ୍ତଖେପ ପରେ ଯୁଦ୍ଧ କାଳୀନ ଭିତ୍ତିରେ ୪୨ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ ସଂପନ୍ନ 

masiha

Leave a Comment

error: Content is protected !!