ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଆସନ୍ତାକାଲି ବିଶ୍ଵ ଜନସଂଖ୍ୟା ଦିବସ। ଏହି ପରିପ୍ରେକ୍ଷୀରେ ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଧର୍ମଗଡ଼ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର ପକ୍ଷରୁ କ୍ରମାଗତ ଦ୍ଵାଦଶ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବ୍ୟବହିତ ପୁର୍ବରୁ ଆଜି ଭୁବନେଶ୍ୱର କୃଷି ଭବନ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡକ୍ଟର ଡି ବୃନ୍ଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ମୁରଲୀ ଧର ପାଢ଼ୀ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ କୁମାର ନାଏକ, ପରିବାର କଲ୍ୟାଣ ନିର୍ଦ୍ଦେଶକ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଦମ୍ପତିଙ୍କୁ ପ୍ରେରଣା ପାଇଁ ଧର୍ମଗଡ ପ୍ରସବତ୍ତୋର କେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ଶ୍ରୀମତୀ ଦିବ୍ୟଲତା ଦୀପ ଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା।ଧର୍ମଗଡ଼ ଚିକିତ୍ସାଳୟର ଆଶା କର୍ମୀ ଦ୍ରୋପଦୀ ନାଏକ ରାଜ୍ୟରେ ପ୍ରଥମ ଓ ଆଶା କର୍ମୀ ସାଵିତ୍ରୀ ବାଗ ଦ୍ୱିତୀୟ ସ୍ଥାନ ଗ୍ରହଣ କରି ସମ୍ମାନିତ ହୋଇଛନ୍ତି।

ଡାକ୍ତର ପାଣିଗ୍ରାହୀ ୧୯୯୭ ମସିହାରୁ ଏପର୍ଯ୍ୟନ୍ତ ୩୮ ହଜାର ୪୩୨ ଜଣ ମହିଳାଙ୍କୁ ସଫଳ ଭାବେ ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ଏବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ମେଡିକାଲ୍ ଅଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି। 

ଡାକ୍ତର ପାଣିଗ୍ରାହୀ ଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁଣି ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ରରେ ମୃତ୍ୟୁ,ଗାଁକୁ ଫେରିପାରିଲାନି ଶବ

Sunil Chandra Nayak

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

ନର୍ଲା ବ୍ଳକ ସେଲୁନ ସଂଘର ମାସିକ ବୈଠକ

masiha

Leave a Comment

error: Content is protected !!