ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କୁନା ସେଠୀ ଙ୍କ କବିତା // ଅସଲ ଶୀତ ବୋଧେ ଏବେ ଆସିଲାରେ

ଅସଲ ଶୀତ ବୋଧେ

ଏବେ ଆସିଲାରେ

କୁନା ସେଠୀ

ପାଛୁଡ଼ି କମ୍ବଳ ଖୋଜାଖୋଜି କରି
ଦେହରେ ଘୋଡେଇ ହୋଇଲାରେ
ସୁଇଟର ସାଲ ଯାକେଟ ସହିତ
ମଣିଷର ବେଶ ହସିଲାରେ
ଏବେ ବୋଧେ ଶୀତ ଆସିଲାରେ…..।
ଗାଆଁ ପିଲାମାନେ ପାଳ କାଠି ଜାଳି
ନିଆଁ ଚାରିପାଖେ ବସିଲେରେ
କୁହୁଡି ଚାଦର ଘୋଡେଇ ହୋଇକି
ଧରଣୀ ରାଣୀ ଟା ହସିଲାରେ
ଏବେ ବୋଧେ ଶୀତ ଆସିଲାରେ…..
ଆସିବି ଆସିବି କହୁଥିଲା ସିଏ
ଶୀତଳ ବାଆ ରେ ମିଶିଲାରେ
ଦେହକୁ ଥରାଇ ଓଠକୁ ବାଡେଇ
ବାରୀ କୁ ଅନଳ ରଚିଲାରେ
ଏବେ ବୋଧେ ଶୀତ ଆସିଲାରେ…..।
କାକର ପବନ ଦେହ ମନ ଛୁଇଁ
ରହି ରହି କଥା କହିଲାରେ
ଗଛ ଲତା ଯେତେ ପବନ ପରଶେ
ଶୀତଳ ଶୀତଳ ବାସିଲାରେ
ଏବେ ବୋଧେ ଶୀତ ଆସିଲାରେ……।
ଉଷୁମ ବିଛଣା ନିଜକୁ ସଜାଡି
ଆଖି ମିଟି ମିଟି କରିଲାରେ
ଶୀତ କବଳରୁ ମୁକତି ସକାଶେ
ହାତ ଠାରି ତାର ଡାକିଲାରେ
ଏବେ ବୋଧେ ଶୀତ ଆସିଲାରେ…..।
ସମୟ ଆଗରୁ ଆସିବାକୁ ବୋଧେ
ଇଛା ତାର ଜମା ନୋହିଲାରେ
ଆସିବି ଆସିବି ଭାବି ଭାବି ସିଏ
ଏବେ ବୋଧେ ସିଏ ଆସିଲାରେ
ଏବେ ବୋଧେ ଶୀତ ଆସିଲାରେ…..।
ମାଘୁଆ ମାସର ବାଘୁଆ ଶୀତ ଯେ
କୋହଲା ପବନ ଆଣିଲାରେ
ସେହି ପବନରେ ଦେହ ହାତ ଥରେ
କାକର ପାଣି ଯେ ଝରିଲାରେ
ଏବେ ବୋଧେ ଶୀତ ଆସିଲାରେ…..।

ଭୁତସରସିଙ୍ଗି, ପୁରୁଷୋତ୍ତମପୁର, ଗଞ୍ଜାମ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା// ନୂଆ ବର୍ଷ ଆସିଲାଣି

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

Leave a Comment

error: Content is protected !!