ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା/ ଜଲଦା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ର ୪ଦିନିଆ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ବିଶ୍ବକପ ହକିକୁ ଆଖି ଆଗରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ନୀଳିମା ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଅଧ୍ୟାପିକା ଗୀତିକା ପଟେଲଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବ ରେ ସଂଗୀତ ନାଟକ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଡଃ ପ୍ରଫେସର ସମର ମୁଦାଲି ମୁଖ୍ୟଅତିଥି ,ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା, ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସ୍ବୟଂସ୍ମୃତି ପଟ୍ଟନାୟକ ଓ ସାମ୍ବାଦିକ ବିରଞ୍ଚି ନାରାୟଣ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଡଃ ମୁଦାଲି ମାନବିକତାର ବାର୍ତ୍ତା, ଚରିତ୍ରବିହୀନ ଜ୍ଞାନ, ନୈତିକ ମୂଲ୍ୟବୋଧ, ନୀତି ବିହୀନ ରାଜନୀତି, ସାମାଜିକ ମୂଲ୍ୟବୋଧ, ମାନବିକତା ବିହୀନ ବିଜ୍ଞାନ ସଂପର୍କରେ ଆଲୋଚନା କରିଥିବାବେଳେ ମୁଖ୍ୟବକ୍ତା ଶ୍ରୀ ରାଉତ ଛାତ୍ରୀ ମାନଙ୍କୁ ଉତ୍ତମ ଛାତ୍ରୀ ହୋଇ ମହାବିଦ୍ୟାଳୟର ସୁନାମ ଆଣିବା ସହ ଆଚ୍ଚରଣ ଓ ଉଚ୍ଚାରଣ ର ସମନ୍ବୟ ରଖିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଡା ପଟ୍ଟନାୟକ ନାରୀ ସଶକ୍ତିକରଣ ଓ ଶ୍ରୀ ପଟ୍ଟନାୟକ ଶିକ୍ଷାର ମାନ ଓ ମାନବୀୟ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ । ସଭାପତିତ୍ବ ଅଭିଭାଷଣ ସହ ଅଧ୍ୟକ୍ଷା ଡଃ ଚାଟାର୍ଜୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପିକା ନିବେଦିତା ମହାନ୍ତି ତାଙ୍କ ସ୍ବର୍ଗତ ପିତା ଅକ୍ଷୟଚନ୍ଦ୍ର ମହାନ୍ତି ସ୍ମୃତିରେ ଶ୍ରେଷ୍ଠ ବିଜ୍ଞାନ ଛାତ୍ରୀ ଭାବେ ପୂଜାରାଣୀ ସାହୁ ଓ ବିଶ୍ବାସୀ ଓରାମଙ୍କୁ ଅଢେଇ ହଜାର ଟଙ୍କା ସହ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ରଞ୍ଜୁ ପଟେଲ, ଅଧ୍ୟାପିକା ମୀନାକୁମାରୀ ମହନ୍ତ ଓ ଅଧ୍ୟାପକ ସାଗର ଟୁଡୁ ତଥା ସ୍ବେଚ୍ଛାସେବୀ ଭାବେପ୍ରିୟା,ପ୍ରିତୀ,ପୂଜାରାଣୀ,ଶୁଭଶ୍ରୀ,ରିଙ୍କି,ପଦ୍ମିନୀ,ଦୀପିକା,ଲକ୍ଷ୍ମୀ,ରୀନା,ରଶ୍ମିତା, ପ୍ରିୟଙ୍କା,ଆଲିଫା,ବର୍ଷାରାଣୀ,ପୂଜା,ତୁଲାବଳୀ, ସସ୍ମିତା  ଓ ମାକ୍ସିମା   ପ୍ରମୁଖ ସହଯୋଗ କରିଥିବା ବେଳେ ସଂଜନା,ସ୍ବାତୀ, ଅଙ୍କିତା, ବିନିତା,ଭୁତକୁଲା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିଲେ । ଏହି ୪ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ଦିନ ଅଧ୍ୟାପିକା ଶୁଭ୍ରା ନାୟକ, ଅରୁନ୍ଧତୀ ଦାସ, ମନୁ ବେହେରା, ସଂଘମିତ୍ରା ଧଳ,ଇତିଶ୍ରୀ ପଟ୍ଟନାୟକ, ଡାକ୍ତର ଫକୀର ଚାରଣ ହୋତା,ଅମିତା ପୂରନ ବିନିତା ଓରାମ, ଅପରାଜିତା ମିଶ୍ର, ଇତିଶ୍ରୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁଲୱାମା ଆକ୍ରମଣ ରେ ସହିଦ୍ ଜବାନ ଙ୍କ ଉଦ୍ଦେଶ୍ୟରେ କାମାକ୍ଷା ନଗର ରେ କ୍ୟାଣ୍ଡେଲ୍ ଶୋଭା ଯାତ୍ରା 

Sunil Chandra Nayak

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ

Sunil Chandra Nayak

ଶହୀଦ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ତରଫରୁ କାରଗିଲ ବିଜୟ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!