ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଫୁଲବାଣୀ ସହର ନିକଟ ରୁଜାଙ୍ଗି ଲେଙ୍ଗେରୀ ସାହିରେ ପାଳଗଦା ରେ ତୁଷାର ପାତ

ହାଡଭଙ୍ଗା ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା। ସନ୍ଧ୍ୟା ହେଲେ ରାସ୍ତା ଘାଟ ସୁନସାନ ହୋଇଯାଉଛି। ବଜାର ଦୋକାନ ଗୁଡିକ ବନ୍ଦ ହୋଇଯାଉଛି। ଦୁଇ ଦିନ ହେବ ଶୀତ ର ପ୍ରକୋପ ବଡିବାରେ ଲାଗିଛି କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବଂ ବିଭିନ୍ନ ଅଞ୍ଚଳ ଗ୍ରୀନବାଡ଼ି ,ସିକପାଟା,କୁତୁବାଡି ଅଞ୍ଚଳରେ ତୁଷାର ପାତ ହୋଇଥିଲା। ଜି ଉଦୟଗିରି , ବାଲିଗୁଡା ,କଟୋଗଡ଼, ତୁମୁଡିବନ୍ଧ, ବେଲଘର, ସୁବର୍ଣ୍ଣ ଗିରି କଳିଙ୍ଗା ,ରାଇକିଆ, ମଣ୍ଡାସର ର ମଧ୍ୟ କେତେକ ସ୍ଥାନ ଖୋଲା ପଡ଼ିଆ,ଚାଳ ଛପର ଘର,ଧାନଗଦା ପାଳଗଦା ରେ ତୁଷାର ପଡିଥିବା ଦେଖିବା କୁ ମିଳିଛି। ଫୁଲବାଣୀ ରେ ଦିନ ସାରା କହଲା ଶୀତ ଲହରୀ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଫୁଲବାଣୀ ରେ ମଧ୍ୟ ହାଡଭଙ୍ଗା ଜାଡ ହେଉଥିବା ହେତୁ ଲୋକ ମାନେ ନିଆଁ ଜାଳି ବସୁଛନ୍ତି। ଫୁଲବାଣୀ ରେ ଆଜି ର ତାପମାତ୍ରା ୫ ଡିଗ୍ରୀ ଥିବା ବେଳେ ଦାରିଙ୍ଗିବାଡ଼ି ରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଫୁଲବାଣୀ ସହର ଠାରୁ ଅନତି ଦୂରରେ ଥିବା ରୁଜାଙ୍ଗି ଲେଙ୍ଗେରୀ ସାହି ରେ ପାଳ ଗଦା ଉପରେ ଏକ ଧଳା ରଙ୍ଗର ଆସ୍ତରଣ ତୁଷାର ପାତ ହୋଇଥିବା ଦେଖିବା କୁ ମିଳିଛି। କନ୍ଧମାଳ ରେ ପ୍ରଥମ ତୁଷାର ପାତ ହୋଇଥିବା ରୁ ପର୍ଯ୍ୟଟକ ଥଣ୍ଡାର ମଜା ଉଠାଉ ଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଅଧିକ ଥଣ୍ଡା ହେଉଥିବା ରୁ ଲୋକମାନେ ଘରୁ ବାହାରକୁ ବାହାରି ବା ମୁସ୍କିଲ ହୋଇ ପଡୁଛି। ଲୋକ ମାନେ ଅତ୍ୟଧିକ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ରାତିସାରା ନିଆଁ ଜାଳି ବସୁଛନ୍ତି। ରାସ୍ତା କଡରେ ମଧ୍ୟ ନିଆଁ ଜାଳି ବସୁଥିବା ଦେଖିବା କୁ ମିଳୁଛି। ଅତ୍ୟଧିକ ଥଣ୍ଡା ହେତୁ ମୁଲ ମଜୁରୀ କରିବା କୁ ଯାଇ ପାରୁ ନାହାଁନ୍ତି। ଛାତ୍ରଛାତ୍ରୀ ଙ୍କର ସ୍କୁଲ ଯିବାରେ ବହୁ ଅସୁବିଧା ହେଉଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଅବ୍ଯବସ୍ତା ଘେରରେ ସିମେଲପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ବସ୍ତା ବିଦ୍ୟୁତ୍ ଡିଭିଜନ ରେ ଲାଇନ୍ ମ୍ୟାନ ଦିବସ ପାଳିତ

masiha

ହ୍ୟୁମାନିଟୀ ଫାଉଣ୍ଡେସନ ର ପଖାଳ ଦିବସ

Sunil Chandra Nayak

Leave a Comment

error: Content is protected !!