ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ ଖଡିଆ ମାନଙ୍କୁ କମ୍ବଳ ବଣ୍ଟନ

ମୟୂରଭଞ୍ଜ:- ୧୨/୦୧/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ର ଡିବାକୋଚା ଓ ବଳଗୋଡା ଏବଂ ଅସନା ଗ୍ରାମ ପଞ୍ଚାୟତ ପଟକାଡିହି ନିକଟସ୍ଥ ରାଘାକୋଚା ଓ ଏଦେଲକୋଚା ବସତି ରେ ଖଡିଆ ଜନଜାତିର ଲୋକଙ୍କୁ ସ୍ବେଚ୍ଛାସେବୀ’ଙ୍କ ପକ୍ଷରୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଛି।

      ସାମ୍ବାଦିକ ବସନ୍ତ ସାଣ୍ଡିଲ’ଙ୍କ ନେତୃତ୍ବରେ ସମାଜସେବୀ ରାଜେଶ ବିନ୍ଧାଣୀ, ମାନବଧିକାର କର୍ମି ପିତାମ୍ବର ମୁର୍ମୁ, ଅଧ୍ୟାପକ ଚନ୍ଦ୍ରଶେଖର ତ୍ରୀପାଠୀ, ଶିକ୍ଷକ ସୌମ୍ୟରଞ୍ଜନ ନାୟକ ଓ ଡା. ହିଟଲର ମୁର୍ମୁ’ଙ୍କ ଏକ ସ୍ବେଚ୍ଛାସେବୀ ଦଳ ନିଜ ବ୍ୟକ୍ତିଗତ ଉଦ୍ୟମରେ ବଣ ପାହାଡ ଘେରା ଅପହଞ୍ଚ ଅଞ୍ଚଳରେ ଅଭାବ ଅନଟନ ମଧ୍ୟରେ ବସବାସ କରୁଥିବା ଖଡିଆ ଜନଜାତିର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରି ତାଙ୍କ ଦୁଃଖ ଲାଘବ କରିବାକୁ ପ୍ରୟାସ କରିଛନ୍ତି। ୨୦୨୧’ କରୋନା ମହାମାରୀ ପ୍ରକୋପ ପରେପରେ ସାମ୍ବାଦିକ ଶ୍ରୀ ସାଣ୍ଡିଲ ଓ ସମାଜସେବୀ ରାଜେଶ ବିନ୍ଧାଣୀ ଦୂର୍ଗମ ବଣ ପାହାଡ ଉପରେ ବସବାସ କରୁଥିବା ଯଶିପୁର ଗ୍ରାମପଞ୍ଚାୟତ ଅସୁରଘାଟୀ ଗ୍ରାମର ପଡାଗ୍ରାମ ଡିବାକୋଚା ର ଖଡିଆ ଜନଜାତି ର ଲୋକଙ୍କ ଜୀବନ ଶୈଳୀ ତଥା ସମସ୍ୟା ଉପରେ ଖବର ସଂଗ୍ରହ କରିବାକୁ ଯାଇ ବଭିନ୍ନ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ପ୍ରକାଶିତ କରିବା ସହିତ ସେମାନଙ୍କୁ ସହାୟତା ପହଞ୍ଚାଇବାକୁ ଚେଷ୍ଟା ଚଲାଇଥିଲେ। ତାଙ୍କ ସମସ୍ୟା ପ୍ରତି ବିଭିନ୍ନ ଗଣମାଧମ ଜରିଆରେ ଜିଲ୍ଲାପାଳ ତଥା ରାଜ୍ୟ ସରକାର’ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏଠାରେ ରାଜ୍ୟ ସରକାରଙ୍କ ପ୍ରକଳ୍ପରେ ରାସ୍ତା ନିର୍ମାଣ ଓ ଜଳାଶୟ ନିର୍ମାଣ ପ୍ରକଳ୍ପ ମଞ୍ଜୁର ହେବା ସହିତ ପାନୀୟଜଳ ପାଇଁ ବ୍ୟବହାର କରାଯାଉଥିବା ଚୂଆ ର ଉନ୍ନତ୍ତି କରଣ କରାଯାଇଛି। ହେଲେ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ଓ ପୋଖରି ଖନନ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି।

    ତେବେ ଶୀତ ଦିନରେ ସେମାନଙ୍କୁ କମ୍ବଳ ଯୋଗାଇଦେବା ନିମନ୍ତେ ଜାମଦା ସ୍ଥିତ ସହିଦ୍ ବିର୍ଷା ମୁଣ୍ଡା କଲେଜ ଅଧ୍ୟାପକ ଚନ୍ଦ୍ରଶେଖର ତ୍ରୀପାଠି ଓ ବହଳଦା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସୋମ୍ୟରଞ୍ଜନ ନାୟକ ସହାୟତା ଯୋଗାଇବାକୁ ଆଗେଇ ଆସିଥିଲେ। ଯାହା ଫଳରେ ଗତବର୍ଷ ୨୦୨୧’ ଜାନୁଆରୀ ୨’ ତାରିଖ ଦିନ ଯଶିପୁର ଗ୍ରାମପଞ୍ଚାୟତ ଡିବାକୋଚା, ଭାତରାମଦା ପଞ୍ଚାୟତ ଭିତରାମଦା ହିଲ୍ ଓ ଅସନା ଗ୍ରାମପଞ୍ଚାୟତ ଆମଡା ସଂଘା ବସତିରେ ଖଡିଆ ଜନଜାତି ର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। 

    ଚଳିତ ବର୍ଷ ଜାମଦା ବ୍ଲକ ର ମାଟିଆଳିରେ କାର୍ଯ୍ୟରତ ହୋମିଓପ୍ୟାଥି ଚିକିତ୍ସାଧିକାରୀ ଡାକ୍ତର ହିଟଲର ମୁର୍ମୁ ଉକ୍ତ ସ୍ବେଚ୍ଛାସେବୀ’ଙ୍କ ଦଳରେ ସାମିଲ ହୋଇ ଯଶିପୁର ଗ୍ରାମପଞ୍ଚାହତ ର ଡିବାକୋଚା ଓ ବଳଗୋଡା ତଥା ଅସନା ଗ୍ରାମପଞ୍ଚାୟତ ର ପୋଟକାଡିହି ନିକଟସ୍ଥ ରାଘାକୋଚା, ଏଦେଲକୋଚା ଓ ଡୁଙ୍ଗରୀସାହି ର ଖଡିଆ ଜନଜାତି ର ଲୋକଙ୍କୁ କମ୍ବଳ ଓ ବସ୍ତ୍ର ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଡାକ୍ତର 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୋକସରା ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ

masiha

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

masiha

ବନ୍ଧୁଗାଁ ଥାନାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚି ସମସ୍ତଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ପିନ୍ଧାଇଲେ 

masiha

Leave a Comment

error: Content is protected !!