ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

ଆଦିବାସୀ ପରିବାରଙ୍କ ପାଇଁ ଫେଲ ମାରିଛି ସରକାରୀ ଯୋଜନା ନା ଅଛି ରାସ୍ତା , ନା ପାନୀୟ ଜଳର ସୁବିଧା ନା ଆବାସ ଯୋଜନାରେ ଘର

 ଚିଲିଗୁଡା ( ମ ନି ସ )  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ପ୍ରଶାସନିକ ବାବୁଙ୍କ ନାଲି ଫିତା ତଳେ ସବୁ ଯୋଜନା ଅଟକି ଯାଉଛି । ଏମାନଙ୍କ ପାଇଁ ନ। ଅଛି ରାସ୍ତା ,ନା ପାନୀୟ ଜଳ ,ନା ଆବାସ ଯୋଜନାରେ ପକ୍କା ଘର । ଆଦିବାସୀ ମାନେ ଜଙ୍ଗଲ ମୂଳକରେ ବସା ବାନ୍ଧି ଜଙ୍ଗଲରେ ଅତି ଦୟନିୟ ସ୍ଥିତିରେ ବଞ୍ଚୁଛନ୍ତି । ନାଲ ଓ ଜଙ୍ଗଲୀ ରାସ୍ତା ଥିବା ଯୋଗୁଁ ଏହି ଗାଁ କୁ କେବଳ ନିର୍ବାଚନ ସମୟରେ ଅଧିକାରୀ ବାବୁ ଏବଂ ର।ଜନେତା ମ।ନେ ଆସିଥାନ୍ତି । ବାକି ସମୟରେ କାହାର ମଧ୍ୟ ପାଦ ପଡୁ ନ ଥିବା ଲୋକେ କହିଛନ୍ତି ।ଏମାନେ ବିକାଶ କଣ ଜାଣି ନ ଥିବା ବେଳେ ସୂର୍ଯ୍ୟ ଉଇଁଲେ ଜଙ୍ଗଲ ଭିତରେ ନିଜର ଭାଗ୍ୟକୁ ନିଜେ ଲେଖୁଛନ୍ତି ।ଏଭଳି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ୀଦର ପଞ୍ଚାୟତକୁ ଲାଗି ରହିଥିବା  କର୍ଲାପାଟ୍ ଅଭୟାରଣ୍ୟ ଭିତର ଏକ ଆଦିବାସୀ ଗାଁ ହେଉଛି ଖୁଟୁଲୁଗୁଡା । ଅଗନା ଅଗନି ବନସ୍ତ ମଧ୍ୟରେ ଏଠି ୯ ଟି ଆଦିବାସୀ ପରିବାରର ୫୦ ରୁ ଉର୍ଦ୍ଧ ଲୋକ ବସ ବାସ କରନ୍ତି । ଏହି ଗାଁ କୁ ଯିବାକୁ ହେଲେ ଜଙ୍ଗଲୀ ପାଦ ଚଲା ରାସ୍ତା ଓ ଅନେକ ନାଲ ପାରି ହୋଇ ଯିବାକୁ ପଡିଥାଏ ।ଏହି ଆଦିବାସୀ ମାନେ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବାଉଁଶରେ କୁଳା ,ଟୋପା ,ଚଙ୍ଗରି ,ପର୍ଲା ଆଦି ଜିନିଷ ତିଆରି କରି ବିକ୍ରି କରିଥାନ୍ତି ।ଏମାନେ ପ୍ରାୟତଃ ସମସ୍ତେ ଭୂମି ହୀନ ଥିବା ବେଳେ ଜଙ୍ଗଲକୁ ସଫା କରି ମୁଖ୍ୟତଃ କାନ୍ଦୁଲ ,ଝୁଡୁଙ୍ଗ ,କଟିଙ୍ଗ ,ମାଣ୍ଡିଆ , କ।ଙ୍ଗୋ ଚାଷ କରି ଥାନ୍ତି । ଏ ମାନେ କମ ଦରରେ ନିଜର ଜିନିଷ ବିକ୍ରି କରିଥାନ୍ତି ।ଏପରିକି ପାନୀୟ ଜଳ ଯୋଗଣର ବ୍ୟବସ୍ଥା ନ ଥିବା ବେଳେ ପାହାଡର ଝରଣା ପାଣି ପିଇ ତୃଷା ମେଣ୍ଟାଇଥାନ୍ତି । ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପରେନାହିଁ । ଫଳରେ ଖଟିଆରେ ବୋହି ରୋଗୀଙ୍କୁ ୪ କିମି ଆଣିଥାନ୍ତି । ବର୍ଷା ଦିନେ ଏ ମାନଙ୍କ ଦୁଃଖ ନ କହିବା ଭଲ । ଦୁର୍ଗମ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଫେଲ ମାରିଛି ।ଏହି ଆଦିବାସୀ ଶିଶୁ ମାନେ ପ୍ରି ସ୍କୁଲ କଣ ଜାଣି ନ ଥିବା ବେଳେ ପ୍ରାଥମିକ ଶିକ୍ଷା ବହୁ ଦୂରରେ ପ୍ରାଥମିକ ବିଦ୍ୟାଳୟକୁ ଯିବା ପାଇଁ ଜଙ୍ଗଲୀ ରାସ୍ତାରେ ୫ ଟି ନାଲା ପାରି ହୋଇ ଯିବାକୁ ପଡି ଥାଏ । କୋମଳ ମତି ଶିଶୁ ଯିବେ କେମିତି କେବେ ଉଇଁ ବ ଏ ଅଞ୍ଚଳର ବିକାଶର ସୂର୍ଯ୍ୟ ଆଉ ସରଳ ଆଦିବାସୀଙ୍କ ଦୁଃଖ କେବେ ଦୂର ହେବ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

Sunil Chandra Nayak

ରୁପ୍ରା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ତମ ପ୍ରତିଷ୍ଠା ପାଳନ

Sunil Chandra Nayak

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

Leave a Comment

error: Content is protected !!