ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର

ବାଲେଶ୍ଵର,୧୩/୦୧/୨୩- ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ଯାପକ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ଯକ୍ଷ ମୋହନ ଚରଣ ସାହୁ ଏବଂ ମୁଖ୍ୟବକ୍ତା ଭାବେ ନୃସିଂହ ଚରଣ ପଣ୍ଡା ଯୋଗ ଦେଇ ସଂସ୍କୃତ ଭାଷା ହେଉଛି ବହୁ ପୁରାତନ ଆଦିମ ଦେବଭାଷା, ସଂସ୍କୃତ ଓ ସଂସ୍କୃତି ଉନ୍ନତିର ବିଭିନ୍ନ ଦିଗ ବିଷୟରେ ପିଲାମାନଙ୍କୁ ବହୁ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସୂଚନା ଦେଇଥିଲେ ସଂସ୍କୃତଭାରତୀ, ବାଲେଶ୍ଵର ଶାଖା ତରଫରୁ ବିସ୍ତାରକ ଭାବେ ଯୋଗ ଦେଇଥିବା ଅକ୍ଷୟ କୁମାର ଦତ୍ତ । ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ମହାବିଦ୍ୟାଳୟର ଛାତ୍ରୀ କଳ୍ପନା ରାଉଳ, କରିସ୍ମିମା ବେହେରା ଓ ଅଲିଭା ନାୟକ । ମଞ୍ଚ ପରିଚାଳନା କରିଥିଲେ କାଞ୍ଚନବାଳା ପଣ୍ଡା । ଛାତ୍ରଛାତ୍ରୀ ମାନେ ୧୦ ଦିନର ସଂସ୍କୃତ ଶିକ୍ଷାର ଅଭିଜ୍ଞତା ବିଷୟରେ ନିଜର ମତାମତ ରଖିଥିଲେ । ନୃତ୍ୟ ପରିବେଷଣ କରିଥିଲେ ଛାତ୍ରୀ କବିତା ବେହେରା । ଛାତ୍ରୀମାନେ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଯାହା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କ ମନମୁଗ୍ଧ କରିଥିଲା । ଶେଷରେ ଛାତ୍ରୀ ସୁଧାରାଣୀ ବାରିକଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ ମାନେ ସଭାପତି ତଥା ବିଭାଗୀୟ ଅଧ୍ଯାପକ ଶ୍ରୀ ଶତପଥୀଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମ୍ବାଦ ଓ ଆମଓଡିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

କୋଡିଙ୍ଗମାଳୀ ଖଣି ଖନନକାରି କମ୍ପାନୀ ବିରୋଧରେ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ 

masiha

Leave a Comment

error: Content is protected !!