ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

ରାଉରକେଲା/ ରାଉରକେଲା ନୂଆବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ କମିଟି ଆନୁକୂଲ୍ୟରେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ମାର୍କେଟର ବାର୍ଷିକୋତ୍ସବ ୨୦୨୩ ମାର୍କେଟ ପରିସରରେ ପାଳିତ ହୋଇଯାଇଛି । କମିଟିର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଜେନା ଙ୍କ ଆବାହକତ୍ବ ଓ ଉପସଭାପତି ମନୋଜ କୁମାର ନନ୍ଦଙ୍କ ପ୍ରାରମ୍ଭିକ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମ ଯୁଗ୍ମ ଆୟୁକ୍ତ ପ୍ରଣବ କୁମାର ଜେନା ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ସମ୍ମାନିତ ଅତିଥି ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ ବ୍ୟାସକବିଙ୍କ ଏକାଧାରାରେ ଜଣେ କବି,ଔପନ୍ଯାସିକ, ଗାଳ୍ପିକ,ଦାର୍ଶନିକ ତଥା ସମାଜ ସଂସ୍କାରକ ଭାବେ ଅବହିତ କରିଥିଲେ । ଓଡିଆ ଭାଷା ଓ ସଂସ୍କୃତି ବିରୋଧି ଷଡଯନ୍ତ୍ରକୁ ପ୍ରତିହତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ସହ ସରଳ ଓ ସାବଲୀଳ ଭାଷାରେ ଗଳ୍ପ କବିତା ଉପନ୍ୟାସ ଲେଖି ସେ ଓଡିଆ ସାହିତ୍ୟର ଟେକ ରଖିଛନ୍ତି ବୋଲି କହିଥିଲେ ।ଆଧୁନିକ ଓଡିଆ ସାହିତ୍ୟର ଜନକ ଥିଲେ ଫକୀର ମୋହନ ବୋଲି ଅତିଥିମାନେ ମତ ରଖିଥିଲେ । ପ୍ରାରମ୍ଭରେ ମାର୍କେଟର ପ୍ରାକ୍ତନ ସଭାପତି ଅଦ୍ବୈତ ପ୍ରସାଦ ବିଶ୍ବାଳ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ଭୂୟାଁ ସଭାପତି ଅଭିଭାଷଣ ଓ ସଂପାଦକ ଶ୍ରୀ ଜେନା ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ଉପସଭାପତି ଶ୍ରୀ ନନ୍ଦ ଫକୀର ମୋହନଙ୍କ ସଂପର୍କୀତ କବିତା ପାଠ କରିଥିଲେ । ଏହି ଅବସରରେ ହୃଷିକେଶ ବଳିଆରସିଂହ, ଆରଡିଏ ଅଧିକାରୀ ଇପ୍ସିତା ବିଶ୍ବାଳ, ଦେବେନ୍ଦ୍ର ପରିଛା,ବିଭୁତି ଭୂଷଣ ଦାସ,ଉତ୍ତମ ବାରିକ,ଭଗବାନ ମହାପାତ୍ରଙ୍କୁ କମିଟି ତରଫରୁ ପୁଷ୍ପଗୁଛ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସବୀର ହୁସେନ,ରଞ୍ଜନ ମହାପାତ୍ର, ଇସ୍ତେକାର, ପରମଜିତ ସିଂ, ପି କେ ଦାସ,ବିରେନ୍ଦ୍ର ଶର୍ମା,ବୀରୁ ସେଠୀ,ବିକ୍ରମ ସାମଲ, ଅତୁଲ୍ୟ ବାରିକ, ପ୍ରଣବ ନାୟକ,ଜାବିର ହୁସେନ, ନସୀମ ଖାନ,ସୁଶାନ୍ତ ବିଶ୍ବାଳ, କୈଳାଶ ବିଶ୍ବାଳ, ସୁଶ୍ରୀ ନିକିତା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ୍ ସମାଜ ପକ୍ଷରୁ ବୈଠକ ଅନୁଷ୍ଠିତ

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା : ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!