ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

ଗୋଳାମୁଣ୍ଡା/୧୪/୧/ପ୍ରଗତିଶୀଳ ମସିହା/ନିରୀହ ଗରିବଙ୍କ ପ୍ରତି ଧୃଷ୍ଟରାଷ୍ଟ୍ର ସାଜିଛି ଗୋଳାମୁଣ୍ଡା ପ୍ରଶାସନ, ଆମ୍ଭେ କହୁ ନାହିଁ ,ତାହାର ଅସଲଚିତ୍ର ଆମ୍ଭେ ଉପସ୍ଥାପନ କରୁଛୁ, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖାଲିଆପଲି ପଞ୍ଚାୟତର ସାପୁଆ ପଡ଼ାରେ ଜଣେ ମହିଳା ପକ୍ଷାଘାତରେ ମୁହଁ ବଙ୍କା ହୋଇଥିବା ବେଳେ ଦୁଇ ଗୋଡ଼ଘୁଷୁଡି ଘୁଷୁଡି ଅଚଳ ହୋଇ ଚାଲୁଥିବା ଦେଖିବାକୁ ମିଳିଛି । ମହିଳା ଜଣକ ହେଉଛି ଟୁକୁନି ମାଝୀ ବୟସ ୫୪ ବୋଲି ଜଣାପଡିଛି । ଦୀର୍ଘ ପାଞ୍ଚ ବର୍ଷ ପୂବରୁ ପକ୍ଷାଘାତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ମହିଳାଙ୍କ ସ୍ୱାମୀ ସାପ ଧରି ଗାଁ ଗାଁ ବୁଲି ସାପ ଦେଖାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ତାଙ୍କର ଜମିବାଡ଼ି କିଛି ନ ଥିବା ବେଳେ ସରକାରୀ ଜାଗାରେ ଏକ ଚାଲ ଛପର କରି ରହୁଛନ୍ତି,ଯାହାର ଦୃଶ୍ୟ ରାତିରେ  ଜହ୍ନ , ଓ ଦିନରେ ସୂର୍ଯ୍ୟଙ୍କର କିରଣ, । ଆର୍ଥିକ ସମ୍ବଳ ନ ଥିବାରୁ ନିଜ ସ୍ତ୍ରୀକୁ ଚିକିତ୍ସା ପାଇଁ କୌଣସି ଚିକିତ୍ସାଲୟକୁ ନେଇ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ । ନୂତନ ନିର୍ବାଚିତ ସରପଞ୍ଚ ଜିମୁତ ବାହାନ ହରପାଳ ସରପଞ୍ଚ ରୂପେ ଦାୟିତ୍ୱ ନେବାପରେ ସାପୁଆପଡାକୁ ବୁଲିବାକୁ ଯାଇ ପକ୍ଷାଘାତରେ ଛଟପଟ ହେଉଥିବା ମହିଳାଙ୍କୁ ଦେଖି ସାହାଯ୍ୟ କରିବାକୁ କହିଥିଲେ ହେଲେ ଆଜକୁ ବର୍ଷେ ବିତିଗଲାଣି କିଛି ସାହାଯ୍ୟ ପାଇ ନ ଥିବା ଚର୍ଚ୍ଚା ଜୋର ଧରିଛି । ଚପରିଆ ଗୋଷ୍ଠି ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣନେଇ ପକ୍ଷଘାତି ମହିଳାଙ୍କୁ ଏକ ପକ୍ଷ ଘାତୀ ସାର୍ଟିଫିକେଟ ଯୋଗାଇ ଦେଲେ ସରକାରୀ ଭତ୍ତା ଖଣ୍ଡେ ପାଇ ପାରନ୍ତା ବୋଲି ଆଶା କରାଯାଉଛି ,ଏବଂ ଏନେଇ ବ୍ଲକ ପ୍ରଶାସନ ମହିଳା ଜଣଙ୍କୁ ଟ୍ରାଇସାଇକେଲ ଯୋଗାଇ ଦେବା ସହ ଭତ୍ତା ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ,  ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ପାଖଣାପାଟ ପିଠିରେ ସେପ୍ଟେମ୍ବର ୨୨/୨୩/୨୪ ରେ ପ୍ରସିଦ୍ଧ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

Sunil Chandra Nayak

Leave a Comment

error: Content is protected !!