ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପାଳିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ଏକ ସାଂସ୍କୃତିକ ଏବଂ ପରମ୍ପରା ଗତ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ସ୍ଵାମୀ ବିବେକାନନ୍ଦ ଓ ଭାରତ ମାତା ବେଶ ପରିଧାନ ପୂର୍ବକ ତାଙ୍କର ଆଚରଣ ବିଧି ଓ ଆଦର୍ଶ ଗୁଣ ନାଟକୀୟ ଶୈଳୀରେ ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ଯ ଶ୍ରୀ ପାଢୀ ବିଶ୍ବର ବିଭିନ୍ନ ଦେଶକୁ ସ୍ବାମୀଜୀ ଯାଇ ଯେଉଁ ଭଳି ଭାବରେ ଆମ ଭାରତର ସଂସ୍କୃତି ପରମ୍ପରା ଓ ହିନ୍ଧୁ ଧର୍ମକୁ ବିଦେଶରେ ଆଦର କରାଇ ପାରିଥିଲେ ବୋଲି କହିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଗୁରୁଜୀ, ଗୁରୁମାଙ୍କ ସହ ୮୦୦ ଛାତ୍ରଛାତ୍ରୀ ମିଶି ବିଦ୍ୟାଳୟରୁ ବାହାରି ଭାରତ ମାତା କି ଜୟ ନାରା ଦେଇ ମାଦିକୁନ୍ଦା ଛକରୁ ହାଟପଦା ହୋଇ ସହର ପରିକ୍ରମା କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲେ । ଏଥିରେ ଛାତ୍ର ଛାତ୍ରୀଙ୍କୁ ବହୁତ୍ ଖୁସି ଏବଂ ଉତ୍ସାହ ଥିବାର ଦେଖିବାକୁ ମିଳିଥିଲା ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

ବାଲୁଗାଁରେ ରାସ୍ତା କଡ଼ରେ ପଡ଼ିଥିବା କଦଳୀ ପାଟୁକା ରେ ନିଆଁରୁ ଧୁଆଁ ବାହାରି ପଥଚାରୀ ହନ୍ତସନ୍ତ !!!

Sunil Chandra Nayak

ଡୋକରୀ ଚଞ୍ଚରାରେ ଅଘଟଣ – ଡୋକରୀ ଦର ଜଳପ୍ରପାତରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ ଘଟଣା , ୧୮ ଘଣ୍ଟା ପରେ ଅମନର ଶବ ଉଦ୍ଧାର

Leave a Comment

error: Content is protected !!