ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ

ଡାବୁଗାଁ, ୧୫/୧(ମ.ନି.ସ.) ନବରଙ୍ଗପୁର ଜିଲା ବୋରିଗାଁ ମିନିଷ୍ଟାଡିୟାମ ଠାରେ ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ତାରାଗାଁ ଜଙ୍କସନ ଠାରୁ ଡାବୁଗାଁ ବ୍ଲକ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ବୋରିଗାଁ ଠାରେ ନୂତନ +୨ କଲେଜ ନିର୍ମାଣ ନିମନ୍ତେ ଭୂମିପୂଜନ କରାଯାଇଛି | ଏଥିରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବ ଯୋଗ ଦେଇ ଉକ୍ତ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି | ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲପରିଷଦ ସଭ୍ୟ ଧନସିଂ ଭତ୍ରା, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମରାଓ ଚୌଧୁରୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର , ବିଧାୟକ ପ୍ରତିନିଧି ଏମ॰ ବୁଲୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ୮ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା |

 
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶା ମିଲେଟ ମିଶନ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଜନଗଣନା କାର୍ଯ୍ୟର ପରିଦର୍ଶନ କଲେ ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ

Sunil Chandra Nayak

ଆମପାଣି ଥାନାରେ ଯୋଗଦେଲେ ନୂତନ ଆଇ.ଆଇ.ସି 

masiha

Leave a Comment

error: Content is protected !!