ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତରାଜ୍ୟ କ୍ରିକେଟ ଟର୍ଣ୍ଣାମେଣ୍ଟର ଉଦଯାପିତ

ପାପଡାହାଣ୍ଡି,15/1, ମନିସ — — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଠାରେ ଚାଲିଥିବା କେ କଲ୍ୟାଣୀ ପାତ୍ର ମେମୋରିଆଲ କ୍ରିକେଟ ଟର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଛି । ଫାଇନାଲରେ ଚିଚିଆ ଶଙ୍କର 11ଦଳ ଟିଟଲାଗଡ଼ ଦଳକୁ ଏକ ଉଇକେଟରେ ପରାସ୍ତ କରିଥିଲା | ଗତ ୦୫ ତାରିଖରୁ ଏହି ଟୁର୍ନାମେଣ୍ଟ ଚାଲିଥିଲା | ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ତଥା ଆଦିବାସୀ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଟିଟିଲାଗଡ଼ ପ୍ରଥମେ ବ୍ୟାଟିଂ କରି ସାତ ଉଇକେଟ ହରାଇ 152 ରୋନ କରିଥିଲା ।153 ରନ ର ବିଜୟ ହାସଲାରେ ଶଙ୍କର ୧୧ ଏକ ଉଇକେଟରେ ବିଜୟ ହୋଇଥିଲା | ବିଜୟୀ ଦଳ କୁ ୫୫,୫୫୫ ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୩୩,୩୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଭାଗ ନେଇଥିଲେ। ଟୁର୍ନାମେଣ୍ଟର ମ୍ୟାନ ଅଫ ଅଫ ଦା ସିରିଜ ଟିଟିଲାଗଡ଼ ର ରିଙ୍କୁ ସୁନାଙ୍କୁ ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ କେ ଶ୍ୟାମବାବୁ ପାତ୍ର , ବିଦ୍ୟାଧର ମଲିକ, ଏମ ଆପ୍ପା ରାଓ, ସରୋଜ ଜାଲ, ସହଦେଵ ପାତ୍ର, ପ୍ରମୁଖ ଯୋଗଦେଇଥିଲେ ।ଆଖପାଖ ଅଞ୍ଚଳର ଦଶ ହଜାରରୁ ଉର୍ଦ୍ଧ୍ଵ ଲୋକ ଏହି ମ୍ୟାଚକୁ ଦେଖିବାକୁ ଆସିଥିଲେ ।ଏହି ମ୍ୟାଚ କୁ ନୁଆକୋଟ କ୍ରିକେଟ କ୍ଲୋବ ପରିଚାଳନା କରିଥିବା ସହ ଦେବ ଷ୍ଟୁଡିଓ ଲାଇଭ୍ ମାଧ୍ୟମରେ ସିଧାସଳଖ ୟୁଟୁଵ୍ ରେ ଦେଖିବାକୁ ମଧ୍ୟ ଉପଲବ୍ଧ କରାଯାଇଥିଲା।ଦର୍ଶକଙ୍କ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ ମୈଦଲପୁର ପୋଲିସ ଏବଂ ପାପଡ଼ାହାଣ୍ଡି ପୋଲିସ ନିୟୋଜିତ ହୋଇଥିଲେ। ନୁଆକୋଟ କମିଟି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବ୍ଲୁ ଷ୍ଟାର କ୍ରିକେଟ ଟୁର୍ଣ୍ଣlମେଣ୍ଟ ର ଉଦଯାପନ ଉତ୍ସବ 

Sunil Chandra Nayak

ଅମଳାଭଟ୍ଟା କ୍ରିକେଟ ଚାମ୍ପିୟନସିପ ଉଦଯାପିତ ‌

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

Leave a Comment

error: Content is protected !!