ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଫକୀର ମୋହନ ଜୟନ୍ତୀ ପାଳନ

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ବରେ ସେକ୍ଟର -୭ ସ୍ଥିତ ଫକୀର ମୋହନ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କର ୧୮୦ତମ ଜୟନ୍ତୀ ଉତ୍ସବ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ବରେଣ୍ୟ ମୁଖ୍ୟ ଅତିଥି ରୂପେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଏବଂ ରାଉରକେଲା ର ବହୁ ସାରସ୍ବତ ସ୍ରଷ୍ଟା ଏହି ଉତ୍ସବରେ ଉପସ୍ଥିତ ରହି ଫକୀର ମୋହନ ଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା ରଖି ସାଂପ୍ରତିକ ସମୟରେ ସେହି ସବୁ ସାହିତ୍ୟ କୃତି କିପରି ପ୍ରାସଙ୍ଗିକତା ହରାଇନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ପ୍ରାରମ୍ଭିକ ଅଭିଭାଷଣ ରେ ସ୍ବଳ୍ପ ଏବଂ ସୀମିତ ଶିକ୍ଷାଗତ ପୃଷ୍ଠଭୂମି ଭିତରେ ଫକୀର ମୋହନ କିପରି ଏ ମାଟିର ମହାକବି କଥାସମ୍ରାଟ ବ୍ୟାସକବି ସରସ୍ଵତୀ ତାଙ୍କର କାବ୍ୟକୃତି ଗଳ୍ପ ଓ ଉପନ୍ୟାସ ରୁ ଉଦାହରଣ ଦେଇ ଉନବିଂଶ ଶତାବ୍ଦୀର ରେନେସାଁ ର ଅଗ୍ନିହୋତ୍ରି ବୋଲି ଅଭିହିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ ଫକୀରମୋହନ ଦେଶୀ ଭାଷାର ପ୍ରୟୋଗ କରି ତାଙ୍କର ସାରସ୍ବତ ସମ୍ଭାରକୁ କିପରି ଶୈଳ୍ପିକ ସୌନ୍ଦର୍ଯ୍ୟ ପ୍ରଦାନ କରିଛନ୍ତି ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ। ସମଗ୍ର ଆଲୋଚନା ର ସମୀକ୍ଷା ପୂର୍ବକ ଶ୍ରୀ ପତି ଓଡ଼ିଆ ଜନଜୀବନ ଓ ଭାଷା ସାହିତ୍ୟ ର ସମସ୍ୟା ସଂକଳ୍ପ ଓ ଜାଗରଣର ଇତିହାସ ରେ ସେ ନବଯୁଗ ନିର୍ମାଣ ର କାଣ୍ଡାରୀ ବୋଲି ଅଭିହିତ କରି ଉନବିଂଶ ଶତାବ୍ଦୀର ତମିସ୍ରିତ ଓଡ଼ିଶା ର ଜଣେ ଯଥାର୍ଥ ବିନ୍ଧାଣି ରୂପେ ନିଜର ଅକ୍ଷୟ ମୁଦ୍ରା ଅଙ୍କିତ କରିଯାଇଛନ୍ତି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଚନ୍ଦ୍ରଶେଖର ପାଇକରାୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ନରେନ୍ଦ୍ର ଗୋପ୍, ପଞ୍ଚାନନ ପାତ୍ର, ହେମନ୍ତ ବିଶ୍ବାଳ , ଭକ୍ତହରି ଧୁପାଳ, ଇନ୍ଦ୍ରମଣି ମହାପାତ୍ର, ଧୋବେଇ ବେହେରା, ଅଜିତ ନାୟକ ପ୍ରମୁଖ ସହଯୋଗ କରିବା ସହିତ ଅନେକ ପ୍ରମୁଖ ଅନୁଷ୍ଠାନ ର ବ୍ୟକ୍ତି ବିଶେଷ ଫକୀରମୋହନ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ ପାଳିତ

Sunil Chandra Nayak

ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

Sunil Chandra Nayak

ଧରାକୋଟରେ ନୂଆ ବିଇଓ 

Sunil Chandra Nayak

Leave a Comment

error: Content is protected !!