ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ବଂଧୁମିଳନ ଓ ସାଧାରଣ ପରିଷଦ ବୈଠକ

 ରାଉରକେଲା/ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ବଂଧୁମିଳନ ଓ ସାଧାରଣ ପରିଷଦ ବୈଠକ ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତାଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ପି ପି ରାୟଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ଡାକ୍ତର ଗୋପବନ୍ଧୁ ବଳ, ଇଂ ଅଭୟ କୁମାର ଦାସ ଓ ଜଗବଂଧୁ ଜେନା ପ୍ରମୁଖ ଯୋଗଦେଇଥିଲେ। ମୁଖପାତ୍ର ତଥା କାର୍ଯ୍ୟକ୍ରମର ସଂଯୋଜକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିଗଣ ତାଳଚେର ବିମଳାଗଡ ରେଳପଥ ସହ କରିଡର ପାଇଁ ଜମି ଅଧିଗ୍ରହଣ,ଆରଜିଏଚ କୁ ଭୁବନେଶ୍ବର ଡାକ୍ତରଖାନା ଭଳି ସମକକ୍ଷ କରିବା ଓ ସୁପର ସ୍ପେସାଲିଷ୍ଟ ହସପିଟାଲକୁ ଆପୋଲୋ ବଦଳରେ ଏମ୍ସ କୁ ଦେବା, ରାଉରକେଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ଶିଳ୍ପାୟନ,ସ୍ମାର୍ଟ ସିଟିରେ ରାଉରକେଲା ଟାଉନସିପ ଓ ଦକ୍ଷିଣ ରାଉରକେଲାକୁ ଅନ୍ତର୍ଭୁକ୍ତ କରିବା, ବନ୍ଧମୁଣ୍ଡା ଠାରେ ରେଳ ଡିଭିଜନ ପ୍ରତିଷ୍ଠା,ବେଦବ୍ୟାସ ଠାରେ ଝୁଲାପୋଲ ନିର୍ମାଣ ତଥା ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଓ ମିନି ତ୍ରିବେଣୀ ଭାବେ ମାନ୍ୟତା ସହ ଘାଟର ଉନ୍ନତି କରଣ, ରାଉରକେଲା କୁ ସ୍ବତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଓ ରାଉରକେଲାରେ ବିଶ୍ବକପ ହକି କୁ ସ୍ବାଗତ କରାଯାଇ ଆଲୋଚନା କରାଯାଇଥିଲା । ଏହା ସହ ଐକ୍ୟବଦ୍ଧତା, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ପ୍ରଦୂଷଣ ନିୟନ୍ତ୍ରଣ ନେଇ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ତଥା ରୋଜଗାର ସଂପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ, ଉପେନ୍ଦ୍ର ନାୟକ, କୁଞ୍ଜବିହାରୀ ରାଉତ, ଅକ୍ଷୟ ଜେନା, ଡାକ୍ତର ବସନ୍ତ କୁମାର ଦାସ, ବିଜୟ ବରାଳ, ନଳିନୀ କାନ୍ତ ଧର,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଚନ୍ଦ୍ରମଣି ଦାସ, ରମେଶ ଚନ୍ଦ୍ର ସେଠୀ, ଅକୃର ମାର୍ଥା, ଏ ଆର କ୍ୟୁରେସୀ ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ପ୍ରାରମ୍ଭରେ ସରସ୍ବତୀ କଳାକେନ୍ଦ୍ରର ଗୁରୁ ଫକୀର ଚରଣ ପତି ଓ ସାଥୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ଦିବଙ୍ଗତ ସଦସ୍ୟ ଡଃ ଭାବଗ୍ରାହି ମହାପାତ୍ର,ଅଦ୍ବୈତ ପ୍ରସାଦ ବିଶ୍ବାଳ, ପ୍ରଭାତ ମିଶ୍ର, ଶଶଧର ନନ୍ଦ,ରମେଶ ବଳ,ରତ୍ନାକର ଭାରିମଲ୍ଲ, ଶିବଚରଣ ବୋଇତି ଓ ଶ୍ୟାମସୁନ୍ଦର ପରିଡାଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଷ୍ଣୁଚରଣ ସାମଲ, ଚକ୍ରାନ୍ତ ଜେନା, ସସ୍ମିତା ପ୍ରଧାନ, ବବନ ରାୟ, ଭଗବାନ ରାଉତ, ଅମୂଲ୍ୟ କୁମାର ବାରିକ, ରାଜକିଶୋର ମିଶ୍ର,ମୀନତି ଦେବତା,ଆଲୋକ ସାହୁ, ପ୍ରଶାନ୍ତ ସ୍ବାଇଁ,ମହେନ୍ଦ୍ର ମହାନ୍ତି,ବୃନ୍ଦାବନ ମହାନ୍ତି, କୈଳାଶଚନ୍ଦ୍ର ସାବତ, ଶୈଳେନ୍ଦ୍ର ମହାନ୍ତି,ବି ବାରିକ,ନିତ୍ୟାନନ୍ଦ ବିଶ୍ବାଳ, ବାସୁଦେବ ଜେନା,ରଂଜନ ଲେଙ୍କା,ସନାତନ ସାହୁ, ପାଣ୍ଡବ ବେହେରା, ରମେଶ ମହାନ୍ତି,ଦୀନବଂଧୁ ମହାପାତ୍ର,ଏନ ରାୟ, ପ୍ରବାଳ ରଂଜନ ବାରିକ, ବାବୁ ପରିଡା,ସୁନାକର ନାୟକ,ଅମରେଶ ତ୍ରିପାଠୀ,ଭଜହରି ଦାସ, ପ୍ରଶାନ୍ତ ପଟ୍ଟନାୟକ, ରଣଧୀର ଲେଙ୍କା,ମାଗୁଣି ପଣ୍ଡା, ସମୀର ପରିଡା, ଜେ ପଟ୍ଟନାୟକ,ଜଗନ୍ନାଥ ରାଉତ,ଅକ୍ଷୟ ଜେନା, ଭୁବନାନନ୍ଦ ବେହେରା, ପ୍ରଭାସ କୁମାର ରାଉତ, କୁଞ୍ଜବିହାରୀ ସାହୁ, ମନୋରଞ୍ଜନ ଦାଶ, ସରୋଜ ବେହେରା, ବ୍ରଜକିଶୋର ପାଣି, ଦୀନବଂଧୁ ନାୟକ, ହୃଷିକେଶ ପ୍ରଧାନ,ବସନ୍ତ କୁମାର ନାୟକ, ଶମ୍ବୁନାଥ ପରିଡା, ନିମାଇଁ ରାଉତ, ଗୀତାଞ୍ଜଳୀ ରାଉତ, ସଂଜୀବ କୁମାର ବେହେରା,ଫକୀର ମୋହନ ପାଣି, ଡଃ ସୁମନ ଦତ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

Sunil Chandra Nayak

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

masiha

ଓଡ଼ିଆ ପୁଅକୁ ଦିଲ୍ଲୀରେ ଡକ୍ଟରେଟ ସମ୍ମାନୀତ

Sunil Chandra Nayak

Leave a Comment

error: Content is protected !!