ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ଜମିପଟା ଦାବୀରେ ମହାଲିଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଗୋଲାମୁଣ୍ଡା,ତା.୧୬।୧(ସମିସ): ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ମହାଲିଙ୍ଗ ହରିଜନପଡାବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଦାବୀରେ ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷଜ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପଡାବାସୀଙ ଧାରଣ ଦେଇଥିଲେ ।

ଗତ ୧୯୯୩ ମସିହାରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ଜମିକୁ ମହାଲିଙ୍ଗ ଗ୍ରାମର ହରିଜନପଡାର ଶତାଧିକ ଲୋକଙ୍କୁ ସିଲିଂ ଜମି ପ୍ରଦାନ କରାଯାଇଥିଲା । ସେହି ସମୟରେ ଏହି ଗରିବ ଲୋକେ ଜମି ପଟ୍ଟା ପାଇବା ସହିତ ଖଜଣା ମଧ୍ୟ ବାନ୍ଧି ଆସୁଥିଲେ । ବିଗତ ୫ ବର୍ଷ ଖଜଣା ପଇଠ କଲାପରେ ଗତ ୧୯୯୭/୯୮ ମସିହାରେ ଏହି ଲୋକ ମାନଙ୍କ ଜମି ପଟ୍ଟା ଖାରଜ ହୋଇ ପୁଣିଥରେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ପାଖକୁ ଫେରି ଯାଇଥିଲା । ବର୍ତ୍ତମାନ ଜମି ଦଖଲ କରିବା ସହ ଲୋକେ ଖଜଣା ବନ୍ଧୁଥିବା ବେଳେ ତାହା ପ୍ରତାପ କେଶରୀ ଦେଓ ନାମରେ ରସିଦ କଟା ଯାଉଛି । ଏନେଇ ଆଜି ପଡାବାସୀ ସ୍ଥାୟୀ ପଟ୍ଟା ପ୍ରଦାନ ସହ ନିଜ ନାମରେ ଖଜଣା ବାନ୍ଧିବା ନେଇ ଆଜି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସମର୍ଥନ ଦେବା ସହ ଧାରଣାରେ ବସିଥିଲେ । ବହୁ ବିଳମ୍ବରେ ଘଟଣା ସ୍ଥଳକୁ ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଲିଖିତ ପ୍ରତିଶ୍ରୁତି ଦେବାପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

Sunil Chandra Nayak

ବିଧାୟକଙ୍କ ଦ୍ବାରା ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!