ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ବଲାଙ୍ଗୀର ଜିଲ୍ଲାର ଭୀମପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ସଭା ହୋଇଥିଲା l ପ୍ରାତମ୍ଭରେ ଇହଧାମ ତ୍ୟାଗ କରିଥିବା ଶିକ୍ଷକ ଓ ସହପାଠୀ ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ପ୍ରାରମ୍ଭିକ ସଙ୍ଗୀତ, ନିଜ ଅନୁଭୂତି ବାଣ୍ଟିଥିଲେ ସହପାଠୀ ମାନେ l ଏଥିରେ ଅତିରିକ୍ତ ବାଣିଜ୍ୟକର କମିଶନର ଲକ୍ଷ୍ମୀକାନ୍ତ ସାହୁ, ଶିକ୍ଷକ ବେଲାର ଚନ୍ଦ୍ର ପୁଟେଲ, କ୍ରୀଡା ଶିକ୍ଷକ ଲଲିତ ସାହୁ, ମାର୍କଣ୍ଡ ସାହୁ, କ୍ଷେତ୍ରପତି ଜାଲ, ଜଗଧିଶ ମେହେର, କୃଷ୍ଣଚନ୍ଦ୍ର ବାଗ, ହେମାଦ୍ରୀ ଭୋଇ, ହିମାଂଶୁ ପଧାନ, ମଦନ ମାଝୀ, ସନ୍ତୋଷ ସାହୁ, ସନ୍ତୋଷ ବୁଡେକ, ରାଜକିଶର ସାହୁ, ଦୀପକ ରଣା, ମନୋଜ କୁମାର ସାହୁ, ତ୍ରିଲୋଚନ ବେହେରା, ଶେଷଦେବ ରଣା, ଘାସିରାମ ଧରୁଆ, ଯୁବରାଜ ରଣା, ଶରତ ରଣା ଙ୍କ ସମେତ ୪୨ ଜଣ ସହପାଠୀ ଉପସ୍ଥିତ ଥିଲେ l ବିଦ୍ୟାଳୟ ପ୍ରତି ସହଯୋଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ECSBC) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ ଶିବିର

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଓବିସି ମଞ୍ଚର କର୍ମକର୍ତ୍ତା ଚୟନ

Sunil Chandra Nayak

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

Leave a Comment

error: Content is protected !!