ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ 2023 ଉଦଘାଟିତ

ଜଗତସିଂହପୁର :- 16/01/23 -ବହୁ ପ୍ରତୀକ୍ଷିତ ଜିଲ୍ଲା ମହୋତ୍ସବ କଲ୍ଲୋଳ, ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ରବିବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ଏବଂ ଜଗତସିଂହପୁର ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ 24 ତମ ପୁସ୍ତକ ମେଳା 2023, ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ! ରବିବାର ପ୍ରଭାତରୁ ମା’ ସାରଳାଙ୍କ ମନ୍ଦିରରୁ ଏକ ଜ୍ୟୋତି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇ ପୁସ୍ତକ ମେଳା ପରିସରରେ ସ୍ଥାପନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ! ଏହି କଳା ସାହିତ୍ୟ ସଂସ୍କୃତି ସମ୍ପର୍ଣ୍ଣ ମାଟିରେ ଜନ୍ମ ନେଇଥିବା ସ୍ୱତନ୍ତ୍ରତା ସେନାନୀ ଦେଶର ସ୍ୱାଧୀନତା ଆନ୍ଦୋଳନ କୁ ଆଗେଇନେବା ସହିତ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ଉପବାଚସ୍ପତି ମତ ରଖିଥିଲେ ! କଲ୍ଲୋଳର ପ୍ରଥମ ସନ୍ଧ୍ୟାରେ ଜିଲ୍ଲାପାଳ ପାରୁଲ ପଟୱାରୀ ଅଧ୍ୟକ୍ଷତା କରିଥିଲେ !ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଏହି ମାଟିକୁ ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ମାଟିବୋଲି ମା’ସାରଳା ଙ୍କ ସଂସ୍କୃତିର ବର୍ଣ୍ଣନା କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ଐତିହ୍ୟ କୁ ଆଦିକବିଙ୍କ ଠାରୁ ଜାତୀୟ କବି ବୀର କିଶୋର ଙ୍କର ଜଗତସିଂହପୁର ପ୍ରତି ଅତୁଳନୀୟ ଅବଦାନ ବିଷୟରେ ମତ ରଖିଥିଲେ !ଏହା ବ୍ୟତୀତ ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ଜିଲ୍ଲା ସୂଚନା ଓ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ! ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ପଲ୍ଲିଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଏବଂ ସୁସ୍ୱାଦୁ ଖାଦ୍ୟ ମେଳା ! ବହୁ ଦର୍ଶକ ଏହି ଉତ୍ସବକୁ ମନଭରି ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କୋମନା ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଆଦିବାସୀ ହୋ ସଂସ୍କୃତି ଭବନ’ ‘ସିଦାହାରା ସୁସୁର ଆକଳା’ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ

Sunil Chandra Nayak

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!