ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

ମୟୂରଭଞ୍ଜ – ୧୬/୧/୨୩ (ମସିହା) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ହଳଦା ଗ୍ରାମପଞ୍ଚାୟତ ର ଆଦିବାସୀ ଯୁବ ସମାଜ ସେବକ ପ୍ରଭାସ ହାଁସଦାଃ ଙ୍କ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ବସ୍ ଟି ରାଇରଙ୍ଗପୁର ବସ୍ ଷ୍ଟାଣ୍ଡ୍ ରୁ ପୂର୍ବାହ୍ନ ନିର୍ଦ୍ଧାରିତ ୧୦ଟା ୪୫ ମିନିଟ୍ ସମୟରେ ରାଇରଙ୍ଗପୁର ଘରୋଇ ବସ୍ ମାଲିକ ସଂଘ ର କର୍ମକର୍ତ୍ତା ମାନଙ୍କ ଉପସ୍ଥିତ ରେ ନଡିଆ ବାଡେଇ ଶୁଭାରମ୍ଭ କରାଯାଇଥିଲା । ବିଶେଷ ଭାବରେ ବସ୍ ର ମାଲିକ ପ୍ରଭାସ ହାଁସଦାଃ ଶୁଭ ଉଦ୍ଘାଟନ ରେ ନିଜେ ଉପସ୍ଥିତ ରହି ସବୁଜ ସଂକ୍ଷେତ ଦେଇ ବସ୍ ଚାଳକ ଗାଡିକୁ ବାରିପଦା ଅଭିମୁଖେ ଚଳାଇ ଥିଲା । ନୂତନ ବସ୍ ଚାଲିବାରୁ ଯାତ୍ରୀ ମାନେ ବସ୍ ମାଲିକ କୁ କୃତଜ୍ଞତା ଜଣାଇଥିଲେ । ଅତିଥି ଭାବେ ରାଇରଙ୍ଗପୁର କୋର୍ଟ ର ସରକାରୀ ଓକିଲ ଶ୍ରୀଯୁକ୍ତ ପଙ୍କଜ ଦାସ୍ ଓ ବସ୍ ମାଲିକ ସଂଘ ର ସଭାପତି ଶ୍ରୀ ଯୁକ୍ତ ବୀର ମହାପାତ୍ର ଓ ହରି ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ବସ୍ ଟି ଜାମଦା ବ୍ଲକ ଅନ୍ତର୍ଗତ ମରୋଣ୍ଡା ଠାରୁ ସକାଳ ୮ଟା ୩୦ ମିନିଟ୍ ରେ ଛାଡୁଛି ରାଇରଙ୍ଗପୁର ରୁ ୧୦ ଟା ୪୫ ମିନିଟ୍ ରେ ଓ ବାରିପଦା ରେ ପହଞ୍ଚି ବା ସମୟ ୧ଟା ୩୦ ମିନିଟ୍ ରେ ପହଞ୍ଚୁ ଥିବାର ପ୍ରକାଶ କରିଥିଲେ ଓ ଅପରାହ୍ନ ୪ ଟ ୩୦ ରେ ବାରିପଦା ରୁ ଫେରୁଅଛି । ସୂଚନା ଥାଉକି ଉକ୍ତ ବସ୍ ଟି ବାରିପଦା ବସ୍ ଷ୍ଟାଣ୍ଡ୍ କୁ ପ୍ରବେଶ କରୁ ନ ଥିବାରୁ ରାଇରଙ୍ଗପୁର ର ଯାତ୍ରୀ ମାନେ ଦୁଃଖ ପ୍ରକାଶ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

masiha

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

Sunil Chandra Nayak

ବିଜୁ ପଟ୍ଟନାୟକ ଥିଲେ ଧର୍ମୀୟ ତଥା ଆଞ୍ଚଳିକ ସଂକୀର୍ଣ୍ଣତାର ବହୁ ଊର୍ଦ୍ଧ୍ବରେ , ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!