ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

ଭବାନୀପାଟଣା,(ମନିସ)-ରାଜ୍ୟସ୍ତରୀୟ ଭୀମା ମହୋତ୍ସବ କୁଶୁର୍ଲାଠାରେ ଅନୁଷ୍ଠିତ ହୋଇଯାଇଥିବାବେଳେ କନ୍ଧାନ ଭାଷାରେ କବିତା ଲେଖି ଓଡି଼ଶା ସରକାରଙ୍କ ଜନଜାତି ବିଭାଗ ତରଫରୁ ଭୁବନେଶ୍ୱରଠାରେ ସମ୍ମାନିତ ହୋଇଥିବା କବି କ୍ଷିତୀଶ ଚନ୍ଦ୍ର ମାଝୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି ! ଏଇ ଅବସରରେ ଭୀମା ସ୍ମରଣିକା ଉନ୍ମୋଚନ ସହିତ ତାଙ୍କୁ କନ୍ଧାନ କବି ସମ୍ମାନରେ ସମ୍ମାନିତ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳ ସଚିବ ଡ. ନୃପରାଜ ସାହୁ, ଗବେଷକ ଘାସିରାମ ମିଶ୍ର,ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର,ମୁଖ୍ୟବକ୍ତା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ଭୀମା ପ୍ରତିଷ୍ଠାତା ତଥା ଆଦିବାସୀ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ପ୍ରମୁଖଙ୍କ ଉପସ୍ଥିତିରେ କନ୍ଧ ଭାଷାରେ ସାହିତ୍ୟ ସୃଷ୍ଟି ପାଇଁ ଶ୍ରୀ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା I

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

Leave a Comment

error: Content is protected !!