ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମ ରକ୍ଷା କୌଶଳ ତାଲିମ ଉଦଘାଟିତ

ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଆଠଦିନିଆ ଆତ୍ମ ରକ୍ଷା କୌଶଳ ତାଲିମ ଗତ 13.1.23 ରିଖରେ ଉଦଘାଟିତ ହୋଇ ଆସନ୍ତା 24.1.23 ପର୍ଯ୍ୟନ୍ତ ଚାଲିବାର ବ୍ୟବସ୍ଥା କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ଅଧ୍ୟାପକ ଦୀନବନ୍ଧୁ ନନ୍ଦୀ, ରମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର କୁମାର ପାଲ, ଦିବାକର ଚନ୍ଦ୍ର ଦେ, ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ରେଣୁକା ସାମଲ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିବାବେଳେ ପିଇଟି ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଗ୍ରନ୍ଥଗାରିକ ସତ୍ୟନାରାୟଣ ନାୟକ ପ୍ରଲ୍ଲୀଭା ଭୂୟାଁ, ଦିଲୀପ କୁମାର ପଦ୍ଦାର, ଶକ୍ତିକାନ୍ତ ଜେନା,ସଦାରାମ କେଉଟ, ବୁଦ୍ଧଶ୍ୱର ମଣ୍ଡଳ,ବିଭୀଷଣ ଗଣ୍ଡ, ଭବାନୀ ପନକା ପ୍ରମୁଖ ଉପସ୍ଥିତ ଥିଲେ | ମୋଟ 213 ଜଣ ଛାତ୍ରୀଙ୍କୁ ଏଥିରେ ତାଲିମ ଦିଆଯାଉଥିବାବେଳେ ଶ୍ରୀଦୀପ୍ତା ଦାସ ଓ ସୁଶୀଳା ବାଘ ତାଲିମଦାତା ଭାବେ ନିଜର କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

ଯୋରୋ ପଡା ବେଡାଭଟା ଜେ ପି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ପ୍ରଥମ ଏକ ଦିବସୀୟ ନୀନା ପଟ୍ଟନାୟକ ଓ କିଶୋର ଦାସ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା 

masiha

Leave a Comment

error: Content is protected !!