ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ଧୋବାବାହାଳି ଗାଁର ବିକାଶ ସାହୁ ନାମକ ଜୈନିକ ବ୍ୟବସାୟୀ ଆଜି ସକାଳୁ ନିଜ ବାଇକ୍‌ରେ ଶ୍ରୀମୂଳା ଛକଠାରେ ଥିବା ନିଜ ଦୋକାନକୁ ଆସୁଥିବା ସମୟରେ ଲୁଟ୍‌ର ଶୀକାର ହୋଇଛନ୍ତି। ଏଠାରେ ତାଙ୍କର ଜେରକ୍ସ ସହ ୟୁନିଅନ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର କାମ କରିଥାନ୍ତି। ସବୁଦିନ ପରି ଆଜି ଘରୁ ବାହାରି ଦୋକାନ ଯାଉଥିବା ସମୟରେ ପୂର୍ବରୁ ଧୋବାବାହାଳି ଗାଁ ମୁଣ୍ଡରେ କଳା ପଲସରରେ ଦୁଇ ଦୁର୍ବୁତ ଜଗି ରହିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ଅଚାନକ ବନ୍ଧୁକ ଛାତିରେ ଲଗାଇବା ସହ କଟୁରୀରେ ଆକ୍ରମଣ କରିବା ରୁ ଟଙ୍କା ବ୍ୟାଗ ଭୟରେ ଦେଇ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି। ବ୍ୟାଗ ନେଇ ଆଖି ପିଛୁଳାକେ ସେମାନେ ପଳାଇ ଯାଉଥିବା ସମୟରେ ସେ ଗାଡ଼ିର ଫୋଟୋ ଉଠାଇଥିଲେ ମଧ୍ୟ ଗାଡ଼ିର ନମ୍ୱର ଜଣା ପଡୁନାହିଁ। ପରିସ୍ଥିତିରୁ ଜଣାପଡୁଛି ଏଥିରେ ସ୍ଥାନୀୟ ଅଞ୍ଚଳର କେହି ଅସାମାଜିକ ଯୁବକ ସାମିଲ୍ ଅଛନ୍ତି। ଏ ଅଞ୍ଚଳରେ ଅନେକ ଚୋରି ହେଉଥିବା ବେଳେ କୌଣସି ଚୋରକୁ ପୋଲିସ ଧରିବା ସକ୍ଷମ ହେଉ ନାହିଁ। ଥାନା ଠାରୁ ପାଞ୍ଚ କିଲୋମିଟର ଦୂରରେ ଦିନବେଳେ ଚୋର ଖସିଯିବା ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି।

 ସକାଳ ଦଶଟା ପାଖାପାଖି ଏ ଘଟଣା ଘଟିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ପୋଲିସ ହାତରେ କୌଣସି ଦୁର୍ବୁତ୍ତ ଧରା ପଡି ନାହାଁନ୍ତି। ଶେଷ ସୂଚନା ଅନୁସାରେ ପୀଡ଼ିତ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନାହିଁ।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର

masiha

ଚୋରି ମାମଲାରେ ଦୁଇ ଯୁବକ ଗିରିଫ 

masiha

ଛାତ୍ରାଵାସରୁ ୪ର୍ଥ ଶ୍ରେଣୀର ନାବାଳକ ଛାତ୍ର ନିଖୋଜ

Sunil Chandra Nayak

Leave a Comment

error: Content is protected !!