ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

ଧର୍ମଗଡ:୧୮/୧/୨୩/ ଧର୍ମଗଡ ଠାରେ ଆୟୋଜିତ ହେଉଥିବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅବସର ରେ ପୁରୁଷ ଓ ମହିଳା ମାନଙ୍କୁ ନେଇ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୁରୁଷ ବରିଷ୍ଠ ବିଭାଗ ରେ କାଙ୍କେରି ଡିଗ୍ରୀ ମହାବିଦ୍ୟାଳୟ ଦଳ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଦଳ କୁ ପରାଜିତ କରି ଚାମ୍ପିଅନ ହୋଈ ଥିଲା । ୧୭ ବର୍ଷ ରୁ କମ ବାଳକ ବିଭାଗ ରେ କେନ୍ଦ୍ରୀୟ ବିଦ୍ୟାଳୟ ଦଳ ଚାମ୍ପିଅନ ହୋଇଥିବା ବେଳେ ସରକାରୀ ବାଳକ ବିଦ୍ୟାଳୟ ଦଳ ରନର୍ଷ ଅପ ହୋଈ ଥିଲା । ମହିଳା ବିଭାଗ ରେ ମହିଳା ମହାବିଦ୍ୟାଳୟ ବିଦ୍ୟାଳୟ କୁ ହରାଇ ଧର୍ମଗଡ ପଞ୍ଚାୟତ କଲେଜ ମହିଳା ଦଳ ଚାମ୍ପିଅନ ହୋଇଥିଲା । ସେହି ପରି ୧୭ ବର୍ଷ ରୁ କମ ବାଳିକା କନିଷ୍ଠ ବିଭାଗ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦଳ ଯଶୋଦା ଅନାଥାଶ୍ରମ ଦଳ କୁ ପରାଜିତ କରି ଚାମ୍ପିଅନ ହୋଇଥିଲା । କବାଡି ପ୍ରତିଯୋଗିତା ରେ ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ମୂଖ୍ୟ ଅତିଥି, ସରକାରୀ ଓକିଲ ରାଜେନ୍ଦ୍ର ମୁନି ଓ ବିବେକ ରଂଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ପ୍ରତିଯୋଗିତା କୁ କ୍ରିଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଉପାଧ୍ୟକ୍ଷ ଶୋଦନ ନାଏକ, ଅଭୟ ବାଗ, ଅମିତ୍ ମୁଣ୍ଡ, ହେମନ୍ତ ଗୋପାଲ, ଆଲୋକ ନେଗୀ ଓ ସନ୍ତୋଷ ନାୟକ ପରିଚାଳନା କରିଥିଲେ ।

ବରିଷ୍ଠ ନାଗରିକ ଙ୍କ ରଶି ଟଣା ପ୍ରତିଯୋଗିତା ଓ ହାଣ୍ଡି ଫଟା ପ୍ରତିଯୋଗିତା 

ଧର୍ମଗଡ ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ପାଳନ ଅବସର ରେ ବରିଷ୍ଠ ନାଗରିକ ଙ୍କ ମଧ୍ୟ ରେ ରଶି ଟଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ସବ ପଡ଼ିଆ ଠାରେ ଆୟୋଜିତ ଏହି ପ୍ରତିଯୋଗିତା ବିଦ୍ୟାଧର ସାହୁ ନେତୃତ୍ଵାଧୀନ ଟିମ ହୃଷୀକେଶ ମିଶ୍ର ଙ୍କ ନେତୃତ୍ଵାଧୀନ ଟିମ କୁ ପରାସ୍ତ କରି ବିଜୟୀ ହୋଇ ଥିଲେ । ସେହି ପରି ହାଣ୍ଡିଫଟା ପ୍ରତିଯୋଗିତା ରେ ଧର୍ମଗଡ ର ଆକାଶ ସୁନାନୀ ପ୍ରଥମ ହୋଈ ଥିଲା ବେଳେ ରଙ୍କା ବାହାଲ ଗ୍ରାମ ର କିଶୋର ଚନ୍ଦ୍ର ପଟେଲ ଦ୍ୱିତୀୟ ସ୍ଥାନ ହାସଲ କରି ଥିଲେ । ।

 ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା :

ଉତ୍ସବ ପଡିଆ ଠାରେ ଅନୁଷ୍ଠିତ ହୋଇଥିବ ଶିଶୁ ମାନଙ୍କ ନିର୍ମଳା ଦେବୀ ସ୍ମାରକୀ ଶିଶୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେନୀତେଶ ଅଗ୍ରୱାଲ ଙ୍କ ଝିଅ ଅନଭି ଅଗ୍ରୱାଲ ପ୍ରଥମ ସ୍ଥାନ ଅଧିକାର କରି ଥିଲା ବେଳେ ସୁଦେଶ ପଣ୍ଡା ଙ୍କ ଝିଅ ସାଇଶ୍ରୀ ପଣ୍ଡା ଦ୍ୱିତୀୟ ଓ ବିକାଶ ଭାରତୀ ସାହୁ ଙ୍କ ପୁଅ ରିହାଂଶ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତା ଗୁଡିକୁ ଦେଖିବା ପାଇଁ ଉତ୍ସବ ପଡିଆ ଠାରେ ବହୁ ସଂଖ୍ୟା ରେ ଦର୍ଶକ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

masiha

ହକି ପୁରୁଷ ବିଶ୍ବକପ୍ ଅବସରରେ ତୁଲାପଡା ଠାରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ 

Sunil Chandra Nayak

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

Leave a Comment

error: Content is protected !!