ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ । ବାଜା ସାଲ ଓ ଢୋଲ ମହୁରୀ ରେ ଦୁଲୁକିଲା ମଞ୍ଚ

ଧର୍ମଗଡ:୧୮/୧/୨୩// ଧର୍ମଗଡ ଠାରେ ଗତ ୧୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେଉ ଥିବା କଳାହାଣ୍ଡି ଉତ୍ସବ ଘୁମରା-୨୦୨୩ ର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ଧର୍ମଗଡ଼ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକ ଉତ୍ସବ ର ଅନ୍ତିମ ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ଉପ ଖଣ୍ଡ ପୁଲିସ ଅଧିକାରୀ ୟଶ ପ୍ରତାପ, ବିଶିଷ୍ଟ ସାହିତ୍ୟିକ ଭୂମୀ ପୁତ୍ର ପ୍ରତାପ କିଶୋର ମୁଣ୍ଡ, ଘୁମୁରା ଗୁରୁ ଲୋକ କବି ସତ୍ୟ ନାଏକ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ର କଳା ସଂସ୍କୃତି ଅନନ୍ୟ ଏହାର ତୁଳନା ନାହି ବୋଲି କହିବା ସହ ଜିଲ୍ଲା ରେ କଳାକାର ଭରପୁର ହୋଈ ରହିଛନ୍ତି ଖାଲି ସେମାନଙ୍କ ପ୍ରତିଭା ର ପରିପ୍ରକାଶ ର ଆବଶ୍ୟକତା ରହିଛି ଏବଂ ଏହି ଉତ୍ସବ ଏହାକୁ ପ୍ରସ୍ପୁଟିତ କରିବାରେ ବେଶ ସହାୟକ ହେବ ବୋଲି କହିଥିଲେ । ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସଭା କୁ ଅଧ୍ୟାପକ ଲିଙ୍ଗରାଜ ପାତ୍ର ପରିଚାଳନା କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ମାଧବ ଲହଜଲ ପରିଚାଳନା କରିଥିଲେ।

ସାଂସ୍କୃତିକ ସନ୍ଧ୍ୟାରେ କଟକର ନଟରାଜ ଡ୍ୟାନ୍ସ ଏକାଡେମୀ, ପୁରୀର ଶିଳ୍ପୀ ଏଣ୍ଟରଟେନମେଣ୍ଟ, ପାଇକ ଆଖଡା ଖୋର୍ଦ୍ଧା, ବଲାଙ୍ଗୀର ଢୋଲ ମହୁରୀ,ସକ୍ଷମ ଏକାଡେମୀ ଭବାନୀପାଟଣା ର ଓଡିଶୀ, ବଜାସାଲ ଜୟପାଟଣା, ପ୍ରତିଭା ଭବାନୀପାଟଣା, ଧର୍ମଗଡ଼ ଭଣ୍ଡାରଘରଣୀ ସାଂସ୍କୃତିକ ଅନୁଷ୍ଠାନର ବଜାସାଲ,ଉକିଆ ସାଂସ୍କୃତିକ ଅନୁଷ୍ଠାନ ଧର୍ମଗଡ଼ ର କଳାକାରମାନେ ଘୁମୁରା ନୃତ୍ୟୁକ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ମଧ୍ୟରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାକୁ ରାଜେନ୍ଦ୍ର ମୁନି, ସଂଜୀବ ମୁଣ୍ଡ,ମାନସ ରଞ୍ଜନ ମୁଣ୍ଡ , ପ୍ରଶାନ୍ତ ପଣ୍ଡା, ଗୋପାଳ ମେହେର ଓ ପ୍ରାଞ୍ଜଳ ଠାକୁର ପରିଚାଳନା କରିଥିଲେ। ଉତ୍ସବ କମିଟି ପକ୍ଷରୁ ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କୋର କମିଟି ସଦସ୍ୟ ସୁବାଷ ପାଣିଗ୍ରାହୀ, ଭବାନୀ ଚରଣ ଦାସ, ନିରଞ୍ଜନ ମହାପାତ୍ର, ବିଦ୍ୟାଧର ସାହୁ, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ, କ୍ଷୀରୋଦ କୁମାର ବାଗ, ଇଙ୍ଗିତ ପଣ୍ଡା,ସୁମନ୍ତ ପଣ୍ଡା, ପୂର୍ବ ନଗର ପାଳ ସୁଶ୍ରୀ ହୀରା ବାଗ ଓ ଅନ୍ୟମାନେ ଉତ୍ସବ ଆୟୋଜନ ରେ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ମଦ ଦୋକାନ ଲାଇସେନ୍ସ ନବୀକରଣ ନକରିବା ପାଇଁ ମଦ ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ ମାଧ୍ୟମରେ ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

Leave a Comment

error: Content is protected !!