ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ -୨୦୨୬ ନିରାଡମ୍ବର ଭାବରେ ଅନୁଷ୍ଠିତ 

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ -୨୦୨୬ ନିରାଡମ୍ବର ଭାବରେ ଅନୁଷ୍ଠିତ 

ଢେଙ୍କାନାଳ : ତା ୧୪.୦୯.୨୦୨୬ ରିଖ 🙁 ): ଆଜି ଦିବା ୧୦ ଘଟିକା ସମୟରେ ଢେଙ୍କାନାଳ ସହରର ଜିଲ୍ଲା ଲେଖକ ସଂସଦ ସଂସ୍କୃତି ଭବନରେ ଅବସରପ୍ରାପ୍ତ ବିଚାରପତି ଡଥା ଜିଲ୍ଲା ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ମନ୍ତ୍ର ଧ୍ୱନି ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଓ ସ୍ୱାମୀ ବିବେକାନନ୍ଦଙ୍କ ପୁଷ୍ପ,ଧୂପ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥିମାନେ ସମ୍ମିଳନୀ ଉଦ୍ ଘାଟନ କରିଥିଲେ।ବିଶିଷ୍ଟ ସାରସ୍ୱତ ସାଧକ,ଐତିହାସିକ, କବି ପଣ୍ଡିତ ଡକ୍ଟର ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ମହାନ୍ ସନ୍ଥ ଯୁବ ସମାଜର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଧାରାରେ ଗଠିତ ଏହି ସେବା,ସଂସ୍କାର ଓ ସଂଗଠନର ଭିତ୍ତଭୂମି ଉପରେ ଆଧାରିତ ସମାଜର ହିତରେ ନିୟୋଜିତ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ,ଢେଙ୍କାନାଳ ଜିଲ୍ଲା ଶାଖାର ସାରାବର୍ଷର କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ପ୍ରେରଣା ପ୍ରଦାନ କରୁଛି।ଏ ମାଟି ଗୌରବମୟ ଢେଙ୍କାନାଳର ମାଟି,ବୀର ମାଟି ବୋଲି କହିଥିଲେ।ଜିଲ୍ଲା ସମ୍ପାଦକ,ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ବିପିନ ବିହାରୀ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସ୍ଵୀୟ ବକ୍ତବ୍ୟ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୂଖ୍ୟ ସମ୍ପର୍କରେ ସବିଶେଷ ବର୍ଣ୍ଣନା ଉପସ୍ଥାପନ କରିଥିଲେ।ସଂସଦର ବିଚାର ଧାରା ମୁଖ୍ୟ ବୈକୁଣ୍ଠ ବିହାରୀ ସ୍ୱାଇଁ,ମୋ ଗାଁ ମୁଖ୍ୟ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିମୟୀ ଲେଙ୍କା,ସାହିତ୍ଯା ଲୋକ ମୁଖ୍ୟ ପ୍ରାଧ୍ଯାପକ ରମେଶ ଚନ୍ଦ୍ର ସାହୁ,ସମ୍ପର୍କ ସେତୁ ମୁଖ୍ୟ ଶିକ୍ଷାବିତ୍ ଜିତେନ୍ଦ୍ର କୁମାର ପରିଡା,ଯୁବ ସଂସଦ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ସାହୁ ପ୍ରମୁଖ ନିଜ ନିଜ ବିଭାଗର ସାରାବର୍ଷର ଜନହିତକର କାର୍ଯ୍ୟାବଳୀ ସମ୍ପର୍କରେ ସ୍ଵୀୟ ସ୍ଵୀୟ ବର୍ଣ୍ଣନା ଉପସ୍ଥାପନ କରିବା ସହିତ ଆଗାମୀ ସାରା ବର୍ଷର ଭବିଷ୍ୟତର ଯୋଜନା ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।ଚଳିତ ବର୍ଷ ପାଇଁ ବିଭିନ୍ନ ବିଭାଗ ଅଧୀନରେ ଅନେକଗୁଡ଼ିଏ ସୁଚିନ୍ତିତ ଗଠନମୂଳକ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆଗତ ପ୍ରସ୍ତାବଗୁଡିକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା।ଆଗାମୀ ୨୦.୦୯.୨୦୨୬ ତାରିଖ ରବିବାର ଦିନ ବ୍ରାହ୍ମଣୀ ନଦୀ କୁଳ ମାଳବନ୍ଧ ପାର୍ଶ୍ୱରେ ନାଗନା ଗ୍ରାମଠାରୁ ଛଡାସିଂହ ପର୍ଯ୍ୟନ୍ତ ୫୦୦ ତାଳଗଛ ମଞ୍ଜି ଲଗାଇବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା।ରାଜ୍ୟ ସାହିତ୍ଯାଲୋକ ପ୍ରମୁଖ ବର୍ଷିୟାନ୍ ସାହିତ୍ୟିକ ଶଙ୍କର୍ଷଣ ଶତପଥୀ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି କବି ବସନ୍ତ କୁମାର ପଟ୍ଟନାୟକ,ପ୍ରାକ୍ତନ ଅଧ୍ୟକ୍ଷା ଶିକ୍ଷାବିତ୍ ଡ.କବିତା ମହାନ୍ତି,ସମ୍ଭାଗ ଯୁଗ୍ମ ସମ୍ପାଦକ,ଆଡ୍ ଭୋକେଟ୍ ନିବେଦିତା ରଥ,ସମ୍ଭାଗ ସବୁଜ ମୁଖୀ,ସମାଜସେବୀ ପତିତପାବନ ରାଉତ,କବି ପ୍ରଭାତ ନଳିନୀ ଦାସ,ହିନ୍ଦୋଳ ବ୍ଲକ ସମ୍ପାଦକ,କବି ବିନୟ କୁମାର ସାମଲ,ନିରଞ୍ଜନ ସାହୁ,କବି କାଦମ୍ବରି ମହାଖୁଡ ଓ ଶିକ୍ଷାବିତ୍ ଡା.ଦେବୀପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେସଙ୍ଗେ ନିଜ ନିଜ ମତ ବ୍ଯକ୍ତ କରିଥିଲେ।ଆଡ୍ ଭୋକେଟ୍ ଉପମା ସାମଲ,ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ପ୍ରମୁଖ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।କାଦମ୍ବରୀ ମହାଖୁଡ ସ୍ୱଦେଶ ମନ୍ତ୍ର ପାଠ କରିଥିଲେ।ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ଶିକ୍ଷକ ସଦାନନ୍ଦ ରାଉତ ଆନୁଷ୍ଠାନିକ ଭାବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭାସାଙ୍ଗ ହୋଇ ସହ ଭୋଜନରେ ସମସ୍ତେ ସମ୍ମିଳିତ ହୋଇଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ 

Sunil Chandra Nayak

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ

କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ର ଷୋଡଶ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!