ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିନ୍ଦୁ ମହାନନ୍ଦ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ବିନ୍ଦୁମୀନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଏକ ମହାନ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ନିଜର ମାନବିକତା ଓ ସମାଜସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଜୀବନ ବଞ୍ଚାଇବା ସହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ରାଜା ଖଡ଼ିଆଳ ଅଞ୍ଚଳର ଗଗନ ବନଛୋର (୪୩) କଳାହାଣ୍ଡି ଜିଲ୍ଲାର ଏକ ରାଇସ ମିଲ୍‌ରେ କାମ କରନ୍ତି। ପବିତ୍ର ନୂଆଁଖାଇ ପର୍ବ ପାଇଁ ସେ ନିଜର ପାଉଣା ଧରି ଏବଂ ଘର ପାଇଁ ପର୍ବପର୍ବାଣୀ ଜିନିଷପତ୍ର କିଣି ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନସ୍ଥ ଫୁଣ୍ଡା ଛକ ନିକଟରେ ସେ ହଠାତ୍ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ିଯାଇଥିଲେ ଏବଂ ଗୁରୁତର ଭାବେ ଆହତ ହୋଇଥିଲେ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଯାନବାହନର ବନ୍ଦୋବସ୍ତ ହୋଇପାରି ନଥିଲା। ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ। ଠିକ୍ ଏହି ସମୟରେ ଉକ୍ତ ରାସ୍ତା ଦେଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯାଉଥିଲେ। ସେ ଭିଡ଼ ଦେଖି ଗାଡ଼ି ଅଟକାଇଥିଲେ ଏବଂ ଯୁବକଙ୍କ ଗୁରୁତର ଅବସ୍ଥା ଦେଖି ବିଳମ୍ବ ନକରି ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ବସାଇ ଗୋଲାମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସେ ଯୁବକଙ୍କର ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଇଥିଲେ।ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବେଡ୍‌ଗୁଡ଼ିକରେ ବେଡ୍‌ସିଟ୍ ନଥିବା ଦେଖି ବ୍ଲକ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ହସ୍ପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନତା ପାଇଁ ତାଙ୍କୁ କଡ଼ା ଭାଷାରେ ତାଗିଦ୍ କରିବା ସହ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କର ଏଭଳି ସମୟୋଚିତ ପଦକ୍ଷେପ ଏବଂ ମହାନ କାର୍ଯ୍ୟ ଯୋଗୁଁ ଆଜି ଜଣେ ଶ୍ରମିକଙ୍କ ଜୀବନ ରକ୍ଷା ପାଇପାରିଛି। ତାଙ୍କର ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଓ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

କାଲୋପଳା ମହିଚଲା ରାସ୍ତାରେ ମର୍ମନ୍ତୁ ଦୁର୍ଘଟଣା ,୧ ମୃତ

Sunil Chandra Nayak

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ! ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

Sunil Chandra Nayak

Leave a Comment

error: Content is protected !!