ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତି ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଜ୍ୟୋତିର୍ବିଦ

କୁଜଙ୍ଗ :- ମନରେ ଅଦମ୍ୟ ଅଭିଳାଷ, ଅପେକ୍ଷା କରିବାର ଧର୍ଯ୍ୟ ମଣିଷକୁ ଅନେକ କିଛି ଭେଟି ଦେଇଥାଏ ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ନିବାସୀ ଜ୍ୟୋତିର୍ବିଦ ଅରୁଣ କୁମାର ପାଣି,ବି.ଏଚ. ୟୁ. ରୁ ଉଚ୍ଚଶିକ୍ଷା ପାଇବା ପରେ ନିଜର ପେସାଭାବେ ଜ୍ୟୋତିଷ ଶାସ୍ତ୍ର କୁ ଆପଣେଇ ନେଇଥିଲେ ! କେତେବେଳେ ସେ ସଡ଼କ ସୁରକ୍ଷା ପାଇଁ ହେଉ ବା ସଂସ୍କୃତି ସୁରକ୍ଷା ପାଇଁ ହେଉ, ଅବା ଆସ ଆମେ ଭଲ ମଣିଷ ହେବା ସଂଗଠନ ଗଢି ବିଭିନ୍ନ ବିଦ୍ୟାଳୟରେ ଭାରତୀୟ ସଂସ୍କୃତି, ପାରିବାରିକ ସତସଙ୍ଗ ମାଧ୍ୟମରେ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସୁଛନ୍ତି ! ନିକଟରେ ସୁଭଦ୍ରା କ୍ଷେତ୍ର ଗଡ଼ କୁଜଙ୍ଗରୁ ଜଗନ୍ନାଥ ଧାମ ପୁରୀକୁ ବିସର ମହାନ୍ତି ସ୍ମୃତି ବହନକାରୀ ମୃଦଙ୍ଗ ଶୋଭାଯାତ୍ରା ଏବଂ ଏଥିପାଇଁ ଦୁଇଦୁଇ ଥର ପ୍ରସ୍ତୁତି ବୈଠକ କରାଇ ଚର୍ଚ୍ଚିତ ହୋଇଥିଲେ !ତାଙ୍କର ଏଇଭଳି ଉତ୍ତମ କାର୍ଯ୍ୟପାଇଁ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ସଂସ୍କୃତି ସାରଥୀ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି ! ଏବଂ ତାଙ୍କର ଦୀର୍ଘଜୀବନ କାମନା କରିଛନ୍ତି !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ଯୋରନ୍ଦା ମହିମା ପୀଠରେ ପୂଜାର୍ଚ୍ଚନା ସହ ମହିମା ସାଧୁଙ୍କଠାରୁ ଆଶୀର୍ବାଦ ନେଲେ ଭି. କେ ପାଣ୍ଡିଆନ , ଯୋରନ୍ଦା ସ୍କୁଲ ପରିଦର୍ଶନ କଲେ

ବାରିପଦା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ , ପି ସି ପୁର ସ୍କୁଲ ଶ୍ରେଷ୍ଠ ସାଂସ୍କୃତିକ ଦଳ ବିବେଚିତ

Sunil Chandra Nayak

ମହାଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

masiha

Leave a Comment

error: Content is protected !!