ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି କଳା ପଲସର୍ ଆତଙ୍କ – ଏଥର ଖୁଡି ସମ୍ବୋଧନ କରି ବେକରୁ ସୁନାଗହଣା ଲୁଟ୍ 

କାମାକ୍ଷାନଗର ( ମ ନି ସ)୧୮/୦୧// କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜିରିଡାମାଳି ତାରିଣୀ ମନ୍ଦିର ପଛ ପଟ ଆପର୍ଟମେଣ୍ଟ୍ ରହୁଥିବା ଯମୁନାକୋଟ ଗ୍ରାମର ଲକ୍ଷ୍ମୀଧର ପୋଇ ଙ୍କ ସ୍ତ୍ରୀ ନମିତା ପୋଇ ଙ୍କ ବେକ ରୁ ସୁନା ଗହଣା ଲୁଟ୍ ହୋଇଥିବା ଥାନାରେ ଲିଖିତ ଅଭି ଯୋଗ ହୋଇଛି। ଖବର ରୁ ଜଣାଯାଏ ଯେ ଲକ୍ଷ୍ମୀଧର ଭାରତୀୟ ସେନାବାହିନି ରେ କାର୍ଯ୍ୟ କରୁଥିଲେ। ଅବସରପରେ କାଳିଆପାଣି ମାଇନ୍ସି ରେ ଗ୍ରୃପଫୋର ରେ ଚାକିରି କରିଛନ୍ତି। ଘରେ ଲକ୍ଷ୍ମୀଧର ନଥିବା ଖବର ନେଇ। ଏକ ଅଜଣା ବ୍ୟକ୍ତି କଳା ପଲସର୍ ମଟର ସାଇକେଲ୍ ଆସି ଲକ୍ଷ୍ମୀଧର ଙ୍କ ସ୍ତ୍ରୀ ନମିତା କୁ ଖୁଡି ବୋଲି ସମ୍ବୋଧନ କରି ନମସ୍କାର କରିବା ପରେ ଦାଦା ମୋତେ ତୁମର ଆଧାର କାଡ୍ କରିବା ପାଇଁ ଆସିଛି ବୋଲି କହିଥିଲେ । ଏ ସମ୍ପର୍କରେ ନମିତା ତାଙ୍କ ସ୍ୱ।ମୀ ଙ୍କ ସହ କଥା ହେଉଥିଲା ବେଳେ ଉକ୍ତ ବ୍ୟକ୍ତି ନମିତା କୁ ଧକ୍କା ମାରି ବେକ ରୁ ଚେନ ଓ ମଙ୍ଗଳସୂତ୍ର ସଦ୍ଧା ୫ ଟା ୪୦ ସମୟରେ ନେଇ ପଳାଇ ଯାଇଥିବା ତାଙ୍କ  ସ୍ୱାମୀ ଅଭିଯୋଗ କରିଛନ୍ତି। ଯାହାର ମୂଲ୍ୟ ୨ ଲକ୍ଷ ୬୦ ହଜାର ବୋଲି କହିଛନ୍ତି । ଏଥି ନେଇ ପୋଲିସ ତଦନ୍ତ ଚାଲୁ ରହିଛି। ବର୍ତମାନ କାମାକ୍ଷାନଗର ସହର ରେ କଳା ପଲସର୍ ଆତଙ୍କ ରେ ଜନସାଧାରଣ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି l ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅତିରିକ୍ତ ରାଜସ୍ଵ ନିରୀକ୍ଷକ

Sunil Chandra Nayak

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଳ ଛାୟା ପ୍ରକଳ୍ପ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହାୟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ଗିରଫ କରିଛି । କୋଟି କୋଟି ଟଙ୍କା ହଡ଼ପ 

masiha

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

masiha

Leave a Comment

error: Content is protected !!