ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି କଳା ପଲସର୍ ଆତଙ୍କ – ଏଥର ଖୁଡି ସମ୍ବୋଧନ କରି ବେକରୁ ସୁନାଗହଣା ଲୁଟ୍ 

କାମାକ୍ଷାନଗର ( ମ ନି ସ)୧୮/୦୧// କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜିରିଡାମାଳି ତାରିଣୀ ମନ୍ଦିର ପଛ ପଟ ଆପର୍ଟମେଣ୍ଟ୍ ରହୁଥିବା ଯମୁନାକୋଟ ଗ୍ରାମର ଲକ୍ଷ୍ମୀଧର ପୋଇ ଙ୍କ ସ୍ତ୍ରୀ ନମିତା ପୋଇ ଙ୍କ ବେକ ରୁ ସୁନା ଗହଣା ଲୁଟ୍ ହୋଇଥିବା ଥାନାରେ ଲିଖିତ ଅଭି ଯୋଗ ହୋଇଛି। ଖବର ରୁ ଜଣାଯାଏ ଯେ ଲକ୍ଷ୍ମୀଧର ଭାରତୀୟ ସେନାବାହିନି ରେ କାର୍ଯ୍ୟ କରୁଥିଲେ। ଅବସରପରେ କାଳିଆପାଣି ମାଇନ୍ସି ରେ ଗ୍ରୃପଫୋର ରେ ଚାକିରି କରିଛନ୍ତି। ଘରେ ଲକ୍ଷ୍ମୀଧର ନଥିବା ଖବର ନେଇ। ଏକ ଅଜଣା ବ୍ୟକ୍ତି କଳା ପଲସର୍ ମଟର ସାଇକେଲ୍ ଆସି ଲକ୍ଷ୍ମୀଧର ଙ୍କ ସ୍ତ୍ରୀ ନମିତା କୁ ଖୁଡି ବୋଲି ସମ୍ବୋଧନ କରି ନମସ୍କାର କରିବା ପରେ ଦାଦା ମୋତେ ତୁମର ଆଧାର କାଡ୍ କରିବା ପାଇଁ ଆସିଛି ବୋଲି କହିଥିଲେ । ଏ ସମ୍ପର୍କରେ ନମିତା ତାଙ୍କ ସ୍ୱ।ମୀ ଙ୍କ ସହ କଥା ହେଉଥିଲା ବେଳେ ଉକ୍ତ ବ୍ୟକ୍ତି ନମିତା କୁ ଧକ୍କା ମାରି ବେକ ରୁ ଚେନ ଓ ମଙ୍ଗଳସୂତ୍ର ସଦ୍ଧା ୫ ଟା ୪୦ ସମୟରେ ନେଇ ପଳାଇ ଯାଇଥିବା ତାଙ୍କ  ସ୍ୱାମୀ ଅଭିଯୋଗ କରିଛନ୍ତି। ଯାହାର ମୂଲ୍ୟ ୨ ଲକ୍ଷ ୬୦ ହଜାର ବୋଲି କହିଛନ୍ତି । ଏଥି ନେଇ ପୋଲିସ ତଦନ୍ତ ଚାଲୁ ରହିଛି। ବର୍ତମାନ କାମାକ୍ଷାନଗର ସହର ରେ କଳା ପଲସର୍ ଆତଙ୍କ ରେ ଜନସାଧାରଣ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି l ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

masiha

ନକଳି ବିଦେଶୀ ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ

Sunil Chandra Nayak

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

Sunil Chandra Nayak

Leave a Comment

error: Content is protected !!